STORYMIRROR

Sabitri Mohapatra

Romance

3  

Sabitri Mohapatra

Romance

ଯେଣୁ ତୁମକୁ ପାଇଛି ମୁଁ ଭଲ

ଯେଣୁ ତୁମକୁ ପାଇଛି ମୁଁ ଭଲ

1 min
11.7K

-ସାବିତ୍ରୀ ମହାପାତ୍ର


ପ୍ରଥମ ଦେଖାରେ ପଡିଗଲି ପ୍ରେମେ 

କଲି ପ୍ରୀତି ନିବେଦନ 

ପ୍ରାଣପ୍ରିୟା ବୋଲି ତୁମକୁ ଭାବିଲି 

କିଣି ନେଲି ତୁମ ମନ 

ଯେଣୁ ତୁମକୁ ପାଇଛି ମୁଁ ଭଲ.... (୧)


ସବୁ ଦୋଷ ତୁମ, ଏ ମନେ କ୍ଷମିବି 

ସବୁ ଅଭିମାନ ସାଇତି ରଖିବି 

ଯେତେ ରାଗ ରୋଷ ମନେ ନ ଧରିବି 

ସ୍ନେହ ଉପହାରେ ପାଛୋଟି ମୁଁ ନେବି 

ଯେଣୁ ତୁମକୁ ପାଇଛି ମୁଁ ଭଲ.... (୨)


ନିତି ସୂର୍ଯ୍ୟୋଦୟ ଆସୁ ଏ ଜୀବନେ 

ନ ହଉ ସେ ଅସ୍ତଗାମୀ 

ଅପସରି ଯାଉ ସବୁତ ବେଦନା 

ଖୁସି ରହୁ ଚ଼ିରସ୍ଥାୟୀ 

ଯେଣୁ ତୁମକୁ ପାଇଛି ମୁଁ ଭଲ..... (୩)


ସବୁ ଯାତନାକୁ ଭ୍ରୃକ୍ଷେପ ନକରି 

ସାହା ହୋଇ ରହିଥିବି 

ସବୁ ସ୍ନେହଶ୍ରଦ୍ଧା ତୁମରି ପୟରେ 

ଲୋଟାଇ ମୁଁ ଯେ ଦେବି 

ଯେଣୁ ତୁମକୁ ପାଇଛି ମୁଁ ଭଲ..... (୪)


କଳ୍ପନାରେ ଗଢା ସ୍ୱପ୍ନର ମହଲ 

ମନ ଲୋଭା ହୋଇ ରହିଥାଉ 

ହସ, ଖୁସି ସଦା ବିରାଜିତ ହେଉ 

ଭୋଜିଭାତ ନିତି ଲାଗିଥାଉ 

ଯେଣୁ ତୁମକୁ ପାଇଛି ମୁଁ ଭଲ..... (୫)


ପ୍ରେମ ଉପହାର ବୋଲି ଯା ଭାବିଲି 

ମନ କଥା ଖୋଲି କହିଦିଏ 

ତୁମେ ମୋର ସାଥି, ମୋ ପ୍ରାଣସଙ୍ଗିନୀ 

ଏ ଜୀବନ ଶେଷ ହେବାଯାଏ 

ଯେଣୁ ତୁମକୁ ପାଇଛି ମୁଁ ଭଲ..... (୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance