Madhabi Patel

Inspirational

3  

Madhabi Patel

Inspirational

ଯଦି ଚାଲିଯାଏ ଆଗେ

ଯଦି ଚାଲିଯାଏ ଆଗେ

1 min
168


ଯଦି ଚାଲିଯାଏ ଆଗେ

ଜୀବନ ସଉଦା ସାରୁ ସାରୁ ଯଦି ।


କେବେ ଚାଲି ଯାଏ ଆଗେ

ଭୁ୍ଲ୍ ବୁଝିବୁନି ଠକି ଦେଲି ବୋଲି

ସଦା ରହିଗଲି ଆଗେ ।

ସଜାଡିବି ସେଜ ସୁପାତି ତୋ ପାଇଁ

ଯେବେ ଆସିବୁତୁ ଫେରି ।


ଦିନ କାଟୁଥିବି ଅପେକ୍ଷାରେ ତୋର

ସର୍ବରୀ ଚକୋର ପରି ।

କେତେ ଜନମରେ କେତେଥର ଦେଖା

ହେବ ତାହା ଜଣା ନାହିଁ ।


ହେଲେ ଏଇ ଜନମରେ ତତେ ପାଇ ସାଥି

 ଯାଇଛି ସବୁ ମୁଁ ପାଇ ।

ଭୁଲିବୁନି ମତେ ମୋର ଗଲାପରେ

ଢାଳିବୁନି ଲୁହ ଧାର ।


ତୋହରି ପାଖକୁ ଆସୁଥିବି ମୁହିଁ

ସ୍ମୃତି ହୋଇ ବାରଂବାର ।


Rate this content
Log in

Similar oriya poem from Inspirational