STORYMIRROR

Sachidananda Kar

Inspirational

3  

Sachidananda Kar

Inspirational

ଯଦି ଭଲପାଅ

ଯଦି ଭଲପାଅ

1 min
206

ଯଦି ଭଲପାଅ ଗଛକୁ

ପାଣି ଦିଅ ତା'ର ମୂଳରେ

ଯଦି ଭଲପାଅ ନଈକୁ

ନିଇତି ବସ ତା' କୂଳରେ ।।

ଯଦି ଭଲପାଅ ଗାଆଁକୁ

ବାସ କରି ତହିଁ ରହିଥା'

ଯଦି ଭଲପାଅ ଦେଶକୁ

ସତକଥା ସଦା କହିଥା' ।।

ଯଦି ଭଲପାଅ ତୋଟାକୁ

ଜାତିଜାତି ଗଛ ଲଗାଅ

ଯଦି ଭଲପାଅ ଦିଅଁଙ୍କୁ

ଭକତି ଭାବନା ଜଗାଅ ।।

ଯଦି ଭଲପାଅ କ୍ଷୀରକୁ

ଘରେ ଗାଈଟିଏ ପୋଷରେ

ଯଦି ଭଲପାଅ ଜନଙ୍କୁ

ମଧୁର ବଚନେ ତୋଷରେ ।।

ଯଦି ଭଲପାଅ ମାଆଙ୍କୁ

ଚଳ ମାନି ତାଙ୍କ କଥାକୁ

ଯଦି ଭଲପାଅ ମାଟିକୁ

ନୁଆଁଅ ତା' ପାଶେ ମଥାକୁ ।।

ଯଦି ଭଲପାଅ ସୁଖକୁ

ଅଳସ ପଣକୁ ତେଜରେ

ଯଦି ଭଲପାଅ ସାଧୁଙ୍କୁ

ହିତ ଉପଦେଶ ହେଜରେ ।।

ଯଦି ଭଲପାଅ ମେଘକୁ

ବୁଝ ସେ କେମିତି ବରଷେ

ଯଦି ଭଲପାଅ ପାଠକୁ

ପଢ଼ିବାକୁ ଯାଅ ହରଷେ ।।


Rate this content
Log in

Similar oriya poem from Inspirational