STORYMIRROR

Subrat Malik

Tragedy Crime Others

3  

Subrat Malik

Tragedy Crime Others

ଯୌତୁକ

ଯୌତୁକ

1 min
139

ବାହାଘର ବେଳେ ଦାବି ମୁତାବକ କେଇ ହଜାର ଟଙ୍କା କମ ଦେଇଥିବାରୁ ଚଉଠି ପର ଦିନ ଅର୍ଦ୍ଧ ଦଗ୍ଧ ଶବ ମିଳିଲା ଶଶୂର ଘର ବାଡ଼ି ପଟୁଆମ ଗାଁ ରାଧୁଆ ବୁଢ଼ା ଝିଅରଯାହାକୁ ପୋଲିସ କରି ଉଦ୍ଧାରଚଲାଇଛି ଛାନଭିନ ସାଥେ ରଖି ତାଲିମ କୁକୁରତେଣେ ଗିରଫ ଭୟରେ ସଦିଗ୍ଧ ଆସାମୀ ଘଟଣାଠୁ ଫେରାର ।।ପେଟରୁ ଦାନା ଦେହରୁ କନାକୁ କାଟି ବେମାରେ ପଡ଼ି ଔଷଧ ନ ଖାଇ ସଞ୍ଚିଥିବା ଜୀବନ ଯାକର ଗାନ୍ଧୀ ମୁଣ୍ଡିଆ ଟଙ୍କାକୁ ଖର୍ଚ୍ଚ କରିଦେଇଥିଲା ତା'ର ଅଲିଅଳି ଝିଅଏକ ନୂତନ ଜୀବନ ଶୁଭାରମ୍ଭ କରିବ ବୋଲିଯାହାକୁ ସେ କମାଇଥିଲା ବୈଶାଖର ଧୋ ଧା ଖରାବେଳେ ଗମଗାମ ଝାଳ ବୁହାଇଆଷାଢ଼ର ଲଗାଣ ବର୍ଷାରେ ପର ବିଲେ ମାଟି ସାଥେ ମାଟି ହୋଇପୌଷର ପାହାନ୍ତିଆ ଜାଡୁଆ ଶୀତରେ ପରିବା ବସ୍ତା କାନ୍ଧେ ଥୋଇ ସବା ଶେଷେ ସାହୁକାର ପାଶେ ଭିଟାମାଟି ବନ୍ଧକ ରଖି ।।ରାଧୁଆ ବୁଢ଼ାର ଝିଅ ପରି କେତେ ଝିଅ କେଉଁଠି ନା କେଉଁଠି ବଳୀ ପଡ଼ନ୍ତି ପ୍ରତିଦିନ ଏଠିକୁମାରୀରୁ ଶ୍ରୀମତୀର ରୂପାନ୍ତରଣ ହେଉ ହେଉଏ ଯୌତୁକ ରୂପୀ ଦାନବ ଆଗରେଯାହାର ନାହିଁ ଆକାର କିନ୍ତୁ ସର୍ବତ୍ର ବିଦ୍ୟମାନଜାତି ଧର୍ମ ବର୍ଣ୍ଣ ସଂକୀର୍ଣ୍ଣତାରୁ ସେ ବହୁ ଉର୍ଦ୍ଧ୍ବରେଲୁଚି ଛପି ରହିଥାଏ ପ୍ରତିଟି ସମାଜେ ଦେଖାଦିଏ ଆପେ ଆପେ ଆସୁ ଆସୁ ବିଭାଘର ପ୍ରସ୍ତାବଟେମଧ୍ୟସ୍ଥିର ସାହାରାରେଆଭିଜାତ୍ୟ ପ୍ରଦର୍ଶନ ଲାଳସାରେ ।।ବିକାଶ ଯାଇ ଚନ୍ଦ୍ରପୃଷ୍ଠ ଛୁଇଁଲାଣିସୃଷ୍ଟିର ରହସ୍ୟ ବିଜ୍ଞାନ ମାପିଲାଣିପୋଲିଓ ଏଡ଼ସ ଯକ୍ଷ୍ମା କ୍ୟାନ୍ସର ଆଦିର ନିଦାନ ସମ୍ଭବ ହେଲାଣିକିନ୍ତୁ ଏ ଯୌତୁକ ବୋଝକୁବୁଢା ବାପ କାନ୍ଧରୁ ଵିଜ୍ଞାନୀ ମଣିଷ ଆଜି ଯାଏ କେମିତି ଯେ ଉତୁରାଇ ପାରିଲାନି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy