Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Inspirational

3  

Satyanarayan Sahoo

Romance Classics Inspirational

ଯୌଥ ପରିବାର

ଯୌଥ ପରିବାର

1 min
128



ଆଗ କାଳେ ଥିଲା ବହୁ ଯୌଥ ପରିବାର

ସହଜେ ସମ୍ଭାଳି ଥିଲା ଅନେକଙ୍କ ଭାର   ।


ମାତ୍ର ଜନ ବିସ୍ଫୋରଣେ କମି ଦିନୁ ଦିନ

ଅଳ୍ପ ବର୍ଷ ମଧ୍ଯେ ସବୁ ହୋଇଛି ନଶ୍ଚିହ୍ନ ।


ସଯତ୍ନେ ଲାଳିତ ତହିଁ ହୁଅନ୍ତି ସଭିଏଁ

ସହାୟକ ହୁଏ ପୁଣି ଶିକ୍ଷା ବିସ୍ତାରରେ  ।


ପରସ୍ପର ଅନୁଭୁତି ଅନୁଭବ ରାଶି

କଥୋପ ‐କଥନେ ତହିଁ ଥାନ୍ତି ସର୍ବେ ଭାଷି  ।


ସଭିଙ୍କର ସମସ୍ଯାର ସମାଧାନ ପାଇଁ

ସଯତନେ ସହାୟତା ଥାଆନ୍ତି ଯୋଗାଇ ।


ନାନା ଆଲୋଚନା ଆଉ ସମାଲୋଚନାରେ

ପରସ୍ପର ଦୋଷ ଗୁଣ ବଖାଣି ଯହିଁରେ ।


ନିରା କରଣ ର ମାର୍ଗ ବ୍ଯଙ୍ଗ ବିଦ୍ରୁପର

ସାଥେ କେତେ ମଜା ଖୁସି ହସ କୌତୁକର ।


ଆଶ୍ରୟେ ଉତ୍ଫୁ ଲ୍ଲ ମନେ ଥାଆନ୍ତି ଦୂରାଇ

ଆନ ଆନ ପ୍ରତି ‐ପ୍ରୀତି ‐ସୌହାର୍ଦ୍ଧ୍ଯ ବିତରି  ।


ଉଲ୍ଲାସ  ଆହ୍ବାନ ସେବା ଓ ସହାନୁଭୁତି

ସହନଶୀଳତା ଗୁଣ ସଦ୍ଭାବ ଜାଗୂତି  ।


ମିଥ୍ଯା ଅନାଚାର ସ୍ଥାନ ନଥାଏ ଯହିଁରେ

ବିତାଅନ୍ତି ସର୍ବେ ସଦା କାଳ ମଉଜରେ  ।


ଉଭାବନ ଆବିଷ୍କାର ସାଥେ ପରିଷ୍କାର

ପରିବେଶେ ନିତି ତୋଷେ ଆନନ୍ଦେ ବିହାର ।


କରି ହୁଏ ଯେଉଁ ଠାରେ ଯୌଥ ପରିବାର

ଉଶ୍ବାସ ହୁଅଇ ଯହିଁ ସଭ୍ଯଙ୍କର ଭାର ।


ବିଶ୍ବାସ ଓ ସହଯୋଗ ଅରପି ଅପରେ

ଆବର୍ଦ୍ଧ ସଭିଏଁ ଥାନ୍ତି ସ୍ନେହ ମମତାରେ ।


ଅବହେଳା ଅନାଦର ନଲଭନ୍ତି କେହି

ପରସ୍ପର ଶାନ୍ତି , ପ୍ରୀତି , ମୈତ୍ରୀ , ଥାନ୍ତି ଚାହିଁ  ।


ରୋଗୀ ବିକଳାଙ୍ଗ ଅବା ବୂଦ୍ଧ ବୂଦ୍ଧା  ଜନେ

ସବୁକାଳେ ସହାୟତା ସହିତ ଯତନେ  ।


ଥାଆନ୍ତି ଯେଉଁଠି ସଦା ଆନନ୍ଦିତ ମନେ

ବଡ ସାନ ସ୍ନେହ ମାନ୍ଯ ଥାନ୍ତି ବିତରଣେ ।


ଛୋଟ ଶିଶୁ ଅନାଦର ଅବା ଅବହେଳା

ନଲଭେ ହରଷେ ରଚି ଥାଏ ନିଜ ଖେଳା ।


ପରସ୍ପରେ ସଭିଙ୍କର ପ୍ରତି ତିକ୍ଷ୍ଣ ଦୂଷ୍ଟି

ଦେଇ ପାରି ଥାନ୍ତି ରହେ ପରିବାରେ ଶାନ୍ତି ।


ଯୌଥ ପରିବାର ତାହା ଅଟେ ହିତ କର

ଈର୍ଷା , ଘୂଣା , ଅସୂୟା ରେ ଏବେ ନାରଖାର ।


ଚରିତ୍ର ଗଠନ ଆଉ ଶିକ୍ଷା ଦାନେ ଯହିଁ

ବିସ୍ତୂତ ଭଣ୍ତାର ନିତି ରହି ଥାଏ ଭରି ।


ସ୍ନେହ , ପ୍ରେମ ,ଅନୁରାଗ ଓ ସହାନୁଭୁତି

ଘେନି ପ୍ରତି ସଭ୍ଯ ଥାନ୍ତି ପରସ୍ପର ପ୍ରତି ।


ଭାତୂତ୍ବର ଜାଗରଣ ହୁଏ ଯେଉଁ ଠାରୁ

ଉଦ୍ଧାର ଲଭନ୍ତି ବେଗେ ଦୁଖ ଦୁର୍ଦ୍ଧଶାରୁ ।


ବିପଦେ ଆପଦେ ଦେଖା ଶୁଣା ସହାୟତା

ମିଳି ପାରେ ଯେଉଁ ଠାରେ ମହାନୁଭବତା ।


ସହାନୁଭୁତି ଲୋତକେ ବଡ ସାନ ଲୋକେ

ଆଦର  ସନ୍ମାନ ପ୍ରୀତି ନେତ୍ରେ ଆନେ ଦେଖେ ।


ପବିତ୍ର ମନ ହୂଦୟ ଦୟାର ଭଣ୍ତାରେ

ପରି ପୂର୍ଣ୍ଣ ଥାଏ ସଦା ଯୌଥ ପରିବାରେ ।


ନିର୍ଲୋଭ , ଆର୍ଜବ , ଭାବ ମଧୁର ପ୍ଲାବନେ

ମଧୁମୟୀ ସୁ‐ମାଧୁରୀ ହୂଦେ ହୂଦେ ବୁଣେ ।


ଏହାର ଲୋପରେ ଆଜି ଅସାମାଜିକତା

ବୂଦ୍ଧି ପାଇ ଘଟି ଚାଲେ ନିତି ବର୍ବରତା ।



Rate this content
Log in

Similar oriya poem from Romance