ଯୌଥ ପରିବାର
ଯୌଥ ପରିବାର
ଏକାର୍ଣ୍ଣବର୍ତ୍ତୀ ପରିବାର
ନଥାଏ ଆପଣା ପର
ସୁଖ ଦୁଃଖରେ ଅଂଶୀଦାର
ଭାଇ ବନ୍ଧୁ ସହୋଦର ।
ସମସ୍ତଙ୍କ ଭାବ ଆଚାର ବିଚାର
ସକାଳ ହୁଏ ପରସ୍ପର ସ୍ନେହ ନିରନ୍ତର
ସନ୍ଧ୍ୟାରେ ଲାଗେ ସମସ୍ତେ ଏକାକାର
ପ୍ରଭୁ ଚରିତ୍ର ରାମାୟଣ ମହାଭାରତର ।
ଗୀତା ଭଗବତ ପଢା ମନୋହର
ରାତି ଟା ଲାଗେ ସୁମଧୁର ସଙ୍ଗୀତର
ଥାଉ ପଛେ ମତାନ୍ତର ନଥାଏ ମନାନ୍ତର
ମିଳି ମିଶି ପର୍ବ ସଂସ୍କୃତି ସଂହତି ଆଦୃତିର ।
ବିପଦେ କାନ୍ଧ ମିଳେ ସାହସ ଶକତିର
ସୁଖରେ ଦୁଃଖରେ ଭାବ ବିନିମୟ ଆବେଗର
ଏକତା ମନ୍ତ୍ର ସୁରକ୍ଷିତ ସଂସାର ପାରାବାର
ଗୋଟିଏ ଡଙ୍ଗାର ଯାତ୍ରୀ ଲାଗେ ମନୋହର ।
ଶାଶ୍ବତ ଭାବନା ନିର୍ମଳ ଚେତନା ଗନ୍ତାଘର
ପରସ୍ପର ସ୍ନେହ ଜହିଁ ଥାଏ ନିରନ୍ତର
ପରିଚୟ ପରା ଯୌଥ ପରିବାର ।