Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jayashree Maharana

Abstract Inspirational Children

3  

Jayashree Maharana

Abstract Inspirational Children

ଯୌଥ ପରିବାର

ଯୌଥ ପରିବାର

1 min
113


ଏକତାର ମୂଳ ଯୌଥ ପରିବାର

ଅନାଦି କାଳରୁ ସମାଜେ ଗଢ଼ା

ସ୍ନେହଶ୍ରଦ୍ଧା ପ୍ରେମ ମମତାର ଡୋର

ସଭିଙ୍କ ଜୀବନେ ନିହାତି ଲୋଡ଼ା ।


ଜେଜେ ବାପା ମାଆ ଘରର ମୁଖିଆ

ନୀତି ଆଦର୍ଶର ପାଳନକାରୀ

ତାଙ୍କ ସ୍ନେହଶ୍ରଦ୍ଧା ଉପଦେଶାବଳୀ

ଜୀବନେ ଅମୂଲ୍ୟ ସମ୍ପଦ ଶିରୀ ।


ବାପା ମାଆ ଦାଦା ଖୁଡୀ ବଡ଼ମାଆ

ବଡ଼ ବାପାଙ୍କର ଅସୀମ ପ୍ରେମ

ତାଙ୍କରି ଶାସନ ଯତନ ସେବାରେ

ଚଲାପଥ ଆମ ହୁଏ ସୁଗମ ।


ଭାଇ ଭଉଣୀଙ୍କ କଳି ତକରାଳ

ରାଗରୁଷା ଅଳି ଭାରି ମଧୁର

ପରିବାର ନୁହେଁ ସ୍ୱର୍ଗପୁର ସିଏ

ସେନେହ ଶରଧା ପ୍ରୀତି ଭଣ୍ଡାର ।


ଯେତେ ଝଡଝଞ୍ଜା ବିପଦ ଆସିଲେ

ମିଳିମିଶି ସର୍ବେ କରନ୍ତି ଦୂର

ହାତସାଥେ ହାତ ମିଳାଇ ଚାଲନ୍ତି

ଭାଗ୍ୟ ଫଳେ ପାଇଁ ନଥାଏ ଡର ।


ଆଧୁନିକତାର ସ୍ପର୍ଶରେ ସମାଜେ

ଯୌଥ ପରିବାର ହେଲାଣି ଶୂନ୍ୟ

ଅତୀତର ସେଇ ସୁଖଶାନ୍ତି ପ୍ରୀତି

ଖୋଜି ହେଉଅଛି ଦୁଃଖୀ ଜୀବନ ।


Rate this content
Log in