STORYMIRROR

Nrusingha Narayan Tripathy

Inspirational

3  

Nrusingha Narayan Tripathy

Inspirational

ଯୌଥ ପରିବାର

ଯୌଥ ପରିବାର

1 min
150

ଯୌଥ ପରିବାର ସହାନୁଭୂତିର

ଏକତ୍ୱରେ ଆଦର୍ଶିତ

ଭାତୃତ୍ୱ ଡୋରିରେ ସ୍ନେହ ମମତାରେ

ପରସ୍ପର ଆକର୍ଷିତ ll


ହିଂସା ବାଦ ମୁକ୍ତ ପବିତ୍ର ବ୍ୟକ୍ତିତ୍ୱ

ସତରେ ବୈକୁଣ୍ଠପୁର

ଚରିତ୍ର ଗଠନ ମାନ ସନମାନ

ଶିକ୍ଷାର ସର୍ବୋଚ୍ଚ ସ୍ତର ll


ମାନ ଅଭିମାନ ସ୍ଥାୟିତ୍ୱ କ୍ଷଣିକ

ରାଗଶୂନ୍ୟ ଭାବାନ୍ତର

ଭୁଲି ମତାନ୍ତର ଭାବ ନିଃସ୍ୱାର୍ଥର

ରହେ ପ୍ରେମ ନିରନ୍ତର ll


ପ୍ରବାହ ଜ୍ଞାନର ତତ୍ତ୍ୱ ସଂସ୍କୃତିର

ପିଢ଼ିରୁ ପିଢ଼ି ବିସ୍ତରେ

କୌଳିକ କର୍ମର ଧନ ରୋଜଗାର

ଶିଶୁ ଶିଖେ ପରିବାରେ ll


ପ୍ରଥା ନୀତି ରୀତି ପରମ୍ପରା କୀର୍ତ୍ତୀ

ସାହା ଯୌଥ ପରିବାର

ଯୌଥ ପରିବାର ନାହିଁତ ଆଦର

ଭାଗ ହୁଏ ପରିବାର ll


ଛୋଟ ପରିବାର ଜୀବନ ବନ୍ଦୀର

ଈର୍ଷା ଦ୍ୱେଷ ଭରପୁର

ସ୍ୱାଦିଷ୍ଟ ଭୋଜନ ସ୍ୱାର୍ଥନ୍ଧ ପରାଣ

ପ୍ରୋତ୍ସାହିତ ଅସଭ୍ୟର ll


ଯୌଥ ପରିବାର ଭାଙ୍ଗିଲେ ବେକାର

ଭାଇ ସାଜେ ଭାଇ ବୈରୀ

ସମାଜ ସ୍ଖଳନ ଲୋଭ ମୋହ ଧନ

ପ୍ରତ୍ୟେକରେ ଭାଗିଦାରୀ ll


ବଡ଼ ପରିବାର ସବୁ ପାରିବାର

ପ୍ରାଚୀନ ଗ୍ରାମୀଣ ପ୍ରଥା 

ମାନିଲେ ହସିବ ସଂସାର ବସିବ

ବଢିବ ମାନବିକତା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational