STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଯୌବନର ବେଳାତଟେ

ଯୌବନର ବେଳାତଟେ

1 min
159

ଯୌବନର ବେଳାତଟେ ପ୍ରୀତି ସମୀରଣ ସ୍ପର୍ଶେ

ତଲ୍ଲୀନ ମୁଁ ଅନୁରାଗେ ଜହ୍ନର ଜୋଛନା ଫାଶେ

ଆକାଂକ୍ଷିତ  ତନୁ ମନ ପ୍ରୀତିମଗ୍ନ ମଧୁ ବାସେ

କଳ୍ପନାର ନଗରୀରେ ଭ୍ରମୁଅଛି ସ୍ମିତାହାସ୍ୟେ


ଆଖିକୋଣେ ନିତି କେତେ ମଧୁଝରା ସ୍ୱପ୍ନ ଭାସେ

ଅଭିମାନ ଆସ୍ତରଣେ ପ୍ରିୟା ପାଇଁ କାହିଁ ରୁଷେ 

ହୃଦୟରେ ପ୍ରୀତିପୂର୍ଣ୍ଣ ଭିନ୍ନ ଭିନ୍ନ ରଙ୍ଗ ବର୍ଷେ

ବିରହିଣୀ ମନ ସାଜେ ପୁଲକିତ ଅଭିଲାଷେ


ଫଗୁଣର ଆଗମନେ ଆନମନା ପ୍ରୀତିରସେ

ଚତୁର୍ଦ୍ଦିଗ କୁଞ୍ଜବନ ପ୍ରେମମୟ ରଙ୍ଗ ଦିଶେ

ଅଜାଣତେ ପ୍ରୀତି ଅଳି କରେ ପ୍ରିୟା ପାଶେ

ବ୍ୟାକୁଳିତ ମନ ମୋର ଚିତ୍ରଟିଏ ଆଙ୍କିବସେ


କ୍ଷୁଧାତୁର ପଥିକ ମୁଁ ନିରୁଦ୍ଦିଷ୍ଟ ପ୍ରୀତିଦେଶେ

କାମନାର ରଙ୍ଗମାଖି ଚାତକ ମୁଁ ପ୍ରିୟାପାଶେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract