STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଯୌବନ

ଯୌବନ

1 min
207

ଶକ୍ତି ଓ ସ୍ଫୁର୍ତ୍ତି ର ଉଦାହରଣ

ମୁଖସ୍ଥ ହରଣ ଫେଡାଣ ଗୁଣନ ମିଶାଣ 

ଅଫୁରନ୍ତ ଆଶା ଦିଗବଳୟ ଛୁଇଁବା ନିଶା

ପର୍ବତ ଲଂଘି ସାଗର ବେଳାରେ ଶାମୁକା ବସା

ଜାଗ୍ରତ ପ୍ରହରୀ,ନମ୍ରତା ସିଂହାରୀ,ରକ୍ତିମ ପିପାସା

ଗୁରେଇ ଫୁଳର ଖୋସା ରେ ଶ୍ରାବଣ

ମନତଳେ ଉଙ୍କିମାରେ ସବୁଜ ଫଗୁଣ

ପ୍ରୀତି ମନ୍ଦାକିନୀକୁ ଦେଇପାରେ ରାଣ

ବସନ୍ତ ବର୍ଷସାରା ଝୁଲା ଝୁଲରେ ଦୋଳନ

ଅଭିସାରିକା ମଉନାବତୀ ସ୍ଵରରେ ଗୁଞ୍ଜରଣ

ବାହୁବଳୀ ପରାକ୍ରମୀ ଧାର୍ମିକ ବିଭୀଷଣ ବା ରାବଣ

ଗୁଞ୍ଜରେ ଖଞ୍ଜରେ ରସିକ ଚନ୍ଦ୍ର ବଦନ

କରିପାରେ ସତ୍ୟର ଅନ୍ଵେଷଣ

ପରାକ୍ରମଶାଳୀ ହୋଇ ପ୍ରତି ଅନୁକ୍ଷଣ

ଏସବୁ ନୁହେଁକି ଯୌବନ ଘଡିସନ୍ଧି ଲକ୍ଷଣ!


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract