Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିନୟ ମହାପାତ୍ର

Abstract Classics Inspirational

3  

ବିନୟ ମହାପାତ୍ର

Abstract Classics Inspirational

ଯାତ୍ରା

ଯାତ୍ରା

1 min
149



କେବେ ଆରମ୍ଭ ହେଲା ଏ ଯାତ୍ରା?

ଜଣା ନାହିଁ

ହୋଇ ପାରେ, ସୃଷ୍ଟିର ପ୍ରଥମ ଦିନରୁ ।

ଜାଣିଛ କି ଗନ୍ତବ୍ୟ ଠିକଣା ?

ହାଃ, ଗନ୍ତବ୍ୟ ଠିକଣା?

ନା’ ବନ୍ଧୁ ଏ ଯାତ୍ରାର

ଗନ୍ତବ୍ୟ ଠିକଣା, ସର୍ବଦା ଅଜଣା !

ଏ ଯାତ୍ରା ଜାରି ରହିଛି, ରହିବ,

ଆରମ୍ଭରୁ ଅନନ୍ତ କାଳ ଯାଏ,

ଯେ ପର୍ଯ୍ୟନ୍ତ,

'ସ୍ରଷ୍ଟା' ଜାଗ୍ରତ ଅଛି,

'ସୃଷ୍ଟି'ର ବିଶ୍ରାମ କିପରି ?

ବୃତ୍ତର ପରିଧୀରେ ପରିକ୍ରମା

ଏଇମିତି ଜାରି ରହିଛି, ରହିଥିବ,

ଅନନ୍ତ କାଳରୁ, ଅନନ୍ତ କାଳ ପର୍ଯ୍ୟନ୍ତ,

ଅନବରତ, ଅବିଶ୍ରାନ୍ତ ।

ହୋଇ ପାରେ,

କିଛି ପଥ ଯାତ୍ରା ପରେ,

ଆଉ କିଛି ବର୍ଷର ରିଚାର୍ଯ,

ଦଶ ମାସର ବିଶ୍ରାମ, କିଛି ବର୍ଷର ଦୁଳାଳ,

ପୁଣି ଯାତ୍ରାର କଷଣ ।


ଦାସତ୍ୱ ନୁହେଁରେ ବନ୍ଧୁ, ମୁକ୍ତି ମିଳି ଯିବ,

'ପରମ'କୁ ପାରିଲେ ଜାଣି,

ଅବା 'ସ୍ରଷ୍ଟା' ମିଳି ଗଲେ,

ମୁକ୍ତି ନୁହେଁ,

ମିଳି ପାରେ କିଛି ଦିନ ଲମ୍ବା ଅବକାଶ,

ପଦୋନ୍ନତି ମିଳିବ ଅବଶ୍ୟ !

ପୁଣି ହେବାକୁ ହେବ ସାମିଲ୍ ଏ

'ଚୌଷଠି ଜୋନୀ'ର ଅନନ୍ତ ଯାତ୍ରାରେ ।

ପ୍ରକୃତି ନିୟମ, ସୃଷ୍ଟି ଏ ବଞ୍ଚିବ, ବଢିବ,

ଯାତ୍ରା ଏଇମିତି କାଏମ୍ ରହିବ, 

ଅନନ୍ତ କାଳ ଯାଏ,

ଋତୁଚକ୍ର, ଜନ୍ମଚକ୍ର, ପିଢି ଦରପିଢୀ ।

ଅନ୍ତହୀନ ଏ ଯାତ୍ରା, ଅବିରତ ଅବିଶ୍ରାନ୍ତ

ଦିବା ରାତି ଅହର୍ନିଶି କାର୍ଯ୍ୟରତ ।



Rate this content
Log in

Similar oriya poem from Abstract