Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil kumar Pradhan

Inspirational

5.0  

Anil kumar Pradhan

Inspirational

ଯାନ୍ତ୍ରିକ ମଣିଷ

ଯାନ୍ତ୍ରିକ ମଣିଷ

1 min
280


ଆଜିକା ଦୁନିଆ ଯାନ୍ତ୍ରିକ ପଣିଆ

ଜନ୍ମରୁ ମରଣ ଯନ୍ତ୍ର

ମାଇଲି ମାଇଲି ଦୂରରେ ଥାଇକି

ମୋବାଇଲି ଫୁଙ୍କେ ମନ୍ତ୍ର l

ଲାପଟପ କଥା କିଅବା କହିବା

ନୋହିଲେ ବେପାର ମାନ୍ଦା

ଗାଡି ମଟରଟେ ନହଲେ ଏ ଜନ

ଘରେ ହୋଇଯାଏ ବନ୍ଧା l

ସଂସାରରେ ଯେତେ ନୁଆ ନୁଆ ବସ୍ତୁ

ଯନ୍ତ୍ରରେ ହେଉଛି ତିଆରି

ଦୁଇମତ ନାହିଁ ସଂସାର ବୁଡିବ

ସାକ୍ଷୀଥିବ ଯନ୍ତ୍ର ସବୁରି l

ଯନ୍ତ୍ର ହର୍ତ୍ତା କର୍ତ୍ତା ଯନ୍ତ୍ରହିଁ ବିଧାତା

ହୋଇଯିବ ଭବିଷ୍ୟତରେ

ଯନ୍ତ୍ରରେ ମରିବା ଯନ୍ତ୍ରରେ ବଂଚିବା

ଶୁଭୁଥିବ ସବୁସ୍ଥାନରେ l

ଯାନ୍ତ୍ରିକ ମଣିଷ ଯନ୍ତ୍ରରେ ହଜିବ

ଭୁଲିଯାଇ ବନ୍ଧୁ -ସୋଦର

ଯନ୍ତ୍ରରେ ଯନ୍ତ୍ରରେ ସବୁକାମ ହେବ

ପଙ୍ଗୁ ହୋଇଯିବ ସଂସାର l

ବେଳ ଥାଉ ଥାଉ ସାବଧାନ ହୁଏ

ଆହେ ଜ୍ଞାନୀ ଗୁଣି ଜନ !

ଆବଶ୍ୟକ ସ୍ଥଳେ ନିଅ ଯନ୍ତ୍ରପାତି

ଏ ସୃଷ୍ଟି ହୋଇବ ଧନ୍ୟ l



Rate this content
Log in

Similar oriya poem from Inspirational