STORYMIRROR

Kalpana Kumari Pradhan

Comedy Tragedy Others

4  

Kalpana Kumari Pradhan

Comedy Tragedy Others

ଯାଇଥିଲି ହାଟକୁ

ଯାଇଥିଲି ହାଟକୁ

1 min
338

ଦେଶ ପରିଚିତ ହୁଏ କୃଷକ ର ନାମେ

  ସଭିଙ୍କ ମୁଖେ ଯୋଗାଇ ଅର୍ଣ୍ଣ

   ରତ ଥାଏ ସଦା ନିଜ କର୍ମେ ।


ଯଶ କି ପ୍ରଶଂସା ରେ ପୂରିବକି ପେଟ

   ଦିବାନିଶି ଯିଏ ଉପୁଯାଏ ଖାଦ୍ୟ

  ଦୁର୍ବିସହ ତା ପାଇଁ ଜୀବନ ନାଟ ।


ଯାଇଥିଲି ହାଟକୁ ପଡିଛି ସବୁଠି ହୁରି 

   ପରିବା ଗୁଡାକ ଡାକିଲେଣି ହାତଠାରି 

   କିଏ କହେ ତାହା ଠାରୁ ଶସ୍ତା ଭାରି ।


ସଭିଏଁ ଖୋଜନ୍ତି ଲାଭ ହେବ କେଉଁଠାରେ

    କି କହିବି ସାଥୀ ଚାଷୀର କଷଣ

   କାନ୍ଦି କାନ୍ଦି ଦିନ ଯାର ସରେ ।


କେତେ ଯେ ଯୋଜନା ଚାଷୀ ପାଇଁ ଏଠି

   ସବୁ ଦୂର ପରବତ ସୁନ୍ଦର

ଅଭାବୀ ବିକ୍ରି ରେ ନଇଁ ପଡେ ପିଠି ।


ତଥାପି ଲଢୁଛି ସମୟ ସହିତ କର୍ତ୍ତବ୍ୟ କରି

  କ୍ଷେତରେ ହସାଏ ସୁନାର ଫସଲ

ଭୁଲେ ନାହିଁ କର୍ମ ମନପଛେ ଯାଉ ମରି ।


   କେତେ ବଡ଼ ବଡ଼ ଦିଅନ୍ତି ଭାଷଣ

     କାମେ ଦିଶେ  ନାହିଁ  କିଛି

   କେହି କର୍ମକୁ ମଣଇ ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy