STORYMIRROR

Akshaya Kumar

Abstract

3  

Akshaya Kumar

Abstract

ଯାହା ବି ହେଉ ବଞ୍ଚିବାକୁ ହେବ -୨

ଯାହା ବି ହେଉ ବଞ୍ଚିବାକୁ ହେବ -୨

1 min
11.7K

ସକାଳୁ ଉଠି ସୂର୍ଯ୍ୟଙ୍କର

ପ୍ରଥମ କିରଣ 

ସ୍ପର୍ଶ କରିବାକୁ ହେବ 

ଯାହା ବି ହେଉ ବଞ୍ଚିବାକୁ ହେବ।


ବାପାଙ୍କ ଗାଳି

ମାଆ ଙ୍କ କାନି

ସବୁବେଳେ ହିତପୋଯୋଗି କରିବାକୁ ହେବ ,

ସେ ଯାହାବି ହେଉ ବଞ୍ଚିବାକୁ ହେବ।


ପଥ ର ପଥିକ ତଥା ବାଟୋଇ ର 

ଦୁଃଖ କଷ୍ଟ ବୁଝି 

ତାର ଶ୍ରମ ଲାଘବ କରିବାକୁ ହେବ 

ଯାହା ବି ହେଉ ବଞ୍ଚିବାକୁ ହେବ।


ପ୍ରେମ ର ମନ୍ଦିର ରେ 

ପ୍ରେମର ପୂଜାରୀ ହୋଇ 

ଭଲ ପାଇବାର ପୁଷ୍ପ ପସ୍ପୁଟିତ କରିବାକୁ ହେବ

ଯାହା ବି ହେଉ ବଞ୍ଚିବାକୁ ହେବ।


ଭୁଲ୍ ର ମାତ୍ରା ଅଧିକ ହୋଇ 

କିଛି ଅଘଟଣ ଘଟିବା ଆଗରୁ

ସମ୍ପର୍କ ରୁ ଓହରିବାକୁ ହେବ,

ଯାହା ବି ହେଉ ବଞ୍ଚିବାକୁ ହେବ।


ଏ ହରଣ ଗୁଣନ ଜୀବନ ଭିତରେ 

ନିଜର ମୂଲ୍ୟ ବୁଝିବାକୁ ହେବ

ସେ ଯାହାବି ହେଉ ବଞ୍ଚିବାକୁ ହେବ।


ପାଦରେ ହାଇ ହିଲ୍ ଜୋତା

ହାତରେ ରଙ୍ଗୀନ୍ ଛତା

ଛାତି ଫୁଲେଇ ଚାଲେ ଏ ଯୁଗର ଦୁହିତା,

ସେ ଯାହାବି ହେଉ ବଞ୍ଚିବାକୁ ହେବ।


ସ୍ବପ୍ନ ର ପ୍ରହେଳିକା ର

ମରୀଚିକା ରେ

ଜୀବନର ମାନଚିତ୍ର ଆଙ୍କିବାକୁ ହେବ,

ଯାହାବି ହେଉ ବଞ୍ଚିବାକୁ ହେବ।


ଜୀବନ ଚଲା ବାଟରେ 

ସଂଘର୍ଷ କରି ବଞ୍ଚିବାକୁ ହେବ 

ଯାହାବି ହେଉ ବଞ୍ଚିବାକୁ ହେବ।


ବାପା ମା ଆମର ଦେବତା ସମାନ

ନୁହେସେ ଆମର ବୋଝ 

ତାଙ୍କରି ଆଶିଷ ଆମରି ପିୟୁଶ

ଏ ସବୁ ବୁଝିବାକୁ ହେବ 

ଯାହା ବି ହେଉ ବଞ୍ଚିବାକୁ ହେବ।


ଭୁକିଲା କୁ ଖାଦ୍ୟ

ତୃଷାର୍ତ୍ତ କୁ ଜଳ

ରୋଗୀକୁ ଯୋଗ

ଯୋଗାଇବାକୁ ହେବ 

ଯାହା ବି ହେଉ ବଞ୍ଚିବାକୁ ହେବ।


ଜୀବନ ଚଲା ବାଟରେ

ସଂଘର୍ଷପୂର୍ଣ୍ଣ ସମୟକୁ ଅତିକ୍ରମ କରିବାକୁ ହେବ

ଯାହା ବି ହେଉ ବଞ୍ଚିବାକୁ ହେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract