STORYMIRROR

Shiba Charan Mahapatra

Romance

3  

Shiba Charan Mahapatra

Romance

ଯା' ଦେଲି ତୋତେ ଅଧିକାର

ଯା' ଦେଲି ତୋତେ ଅଧିକାର

1 min
406


ନିଃସ୍ୱାର୍ଥ ଅଙ୍ଗୀକାରବଦ୍ଧତା ସାଥିରେ

ଖୋଜୁଛି ମୁଁ ନିଜ ପାଖେ ନିଜକୁ 

ଗୋଟାପଣେ ହଜେଇ ତୁମରି ଭିତରେ

ତୁମେ ନକହି କହିଯାଅ ମନତଳ କେତେ କଥା 

ପତ୍ରେ ପତ୍ରେ ଛତ୍ରେ ଛତ୍ରେ

ସପ୍ତରନ୍ଧ୍ରେ ସପ୍ତସ୍ୱର ଉର୍ଜା ଭରି

ତାଳୁରୁ ତଳିପା ବାସ୍ନାୟିତ ହୋଇ ଶିହରିତ କରିଯାଅ 

ପହିଲି ପୁଲକ ମିଠା ଛୁଆଁ ପରି..


ଓଃ..କି ଆକର୍ଷଣ ତୁମ ମହୁଲି ଡାକରେ !

ବିଜୁଳି କି' ଖସିଯାଏ ମୋ ନରମ ଦେହରେ !

ତୁମେ ନ ଛୁଇଁ ଛୁଇଁଯାଅ ମୋତେ ଅନ୍ତରେ ଅନ୍ତରେ

ମୁଁ କି ଜାଣିଥିଲି ଅଦିନିଆ ଝଡ ଉଠେ ଏଠି ହୃଦୟ ହାରିବା ପରେ..

ନଈ କି ଛାଇ ସେବେଳେ ଲାଗେ ମୋତେ ସାତପର 

ଆକାଶର ଏ ପ୍ରଶସ୍ତ ଛାତିରେ


ବିଶ୍ୱାସ ଚୌହଦୀ ଉପରେ ମୁଁ ବାଢିବସେ 

ବିନ୍ଦୁ ବିନ୍ଦୁ ପ୍ରେମର ପବିତ୍ର ପ୍ରସାଦ

ମୋ ପାଇଁ ଏକାକାର 

ଆଖି ଲୁହ , ତପ୍ତ ଶୋଣିତ , ଅଥବା କର୍ଦ୍ଦମାକ୍ତ ସ୍ୱେଦ

ତୁମ ଉଛିଷ୍ଟ ମନର ମାନସିକ ପାଇଁ 

ହଁ..ମୁଁ ସାଜିପାର ପ୍ରାଣପ୍ରିୟା ରାଇ..


ଯା' ଦେଲି ଅଧିକାର..

ବିନାଦ୍ୱିଧା ନିଃସଙ୍କୋଚେ ତୁମ ଘନକୃଷ୍ଣ ଅଙ୍ଗେ

ମୋତେ ତୁମେ ବୋଳିହେଇପାର

ହେଲେ..

ଅନ୍ଧକାର ମିଳନର ରାସରଙ୍ଗ ରାତି ପାହିଯିବା ପରେ

ତୁମେ କି ଆଉ ଆଗପରି ଆକର୍ଷିତ ହେବ

ମଉଳା ଏ ବାସିଫୁଲ ଠାରେ..!!

ଅଧିକାରର ଅନ୍ତରଙ୍ଗ ମୁହୂର୍ତ୍ତ ବିତିଯିବା ପରେ 

ତୁମ ତ୍ରିଭଙ୍ଗୀ ଠାଣି କି ଆଉ 

ମୋ ଆଗପଛ ଦୋଳାୟମାନ ହେବ

ମୃଦୁହାସ୍ୟ ଲାଲ୍ ଅଧରରେ..?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance