ଯା ଆଉ ମନ ପକେଇବିନି
ଯା ଆଉ ମନ ପକେଇବିନି


ସେଦିନ ଟିକେ
ଖରା ଝାଇଁ ଝାଇଁ ମାରୁଥିଲା
ବୁଲି ଯାଇଥିଲି ତୁମ ସହ
ଧବଳେଶ୍ବର ମନ୍ଦିର
ଝୁଲା ପୋଲ ମଝିରେ ଠିଆ ହୋଇ
ହାତକୁ ହାତ ଧରି
କାଚ ପାଣିରେ କଇଁଛ ଖେଳ ନା
ନଈ କୂଳିଆ ପବନରେ ତୁମ ଅସଜଡା
କେଶକୁ ମୁଁ ସଜାଡିବାର ଚିତ୍ର
ମନ ପକେଇବାର ଅଧିକାର ସିନା
ମୋର ନାହିଁ କି
ତୁମେ କେବେ ଚାହିଁନ।
ଭଲ ପାଇବାର କଥା ଦେଇ
ମନର ସୁଦୀର୍ଘ ରାଜପଥରେ
ଗଡାଇଲ ପ୍ରେମର ଗାଡି
କହିଲ ଦେଖି...
ଏବେ ପୁଣି କଣ ହେଲା ଯେ
ଛଳନାର ମରୀଚିକାରେ ଲିଭି ଲିଭି
ଯାଉଛ କଣ ପାଇଁ...
ଘରକୁ ଆସିବାର କଥା ଦେଇ
ରହିଲ ଦୂ
ରେଇ ଦୂରେଇ
ସେହି ଦିନ ଠାରୁ
ନିଜେ ନିଜକୁ ଅପେକ୍ଷା
ବିରହର ନିଆଁରେ ତିଳ ତିଳ
ଜାଳୁଛ କଣ ପାଇଁ.....
ଜାଣି ପାରୁଛି
ତୁମକୁ ଭଲ ପାଇବା ପାଇଁ
ଥାଇ ପାରନ୍ତି ଅନେକ ହୃଦୟ
କିନ୍ତୁ ମୋ ହୃଦୟ ଯେ
ଏଠି ଝୁରୁଛି ଏକା
ମୋ ଅପେକ୍ଷାରେ ପଡିନି
ପୂର୍ଣ୍ଣଛେଦ...
ଭାବିଛି ଜୀବ ଥିବା ଯାଏଁ
ମନ୍ଦିର ଦୁଆର ମାଡିବିନି କି ପ୍ରେମର
ନିଆଁରେ ନିଜକୁ ଜାଳିବିନି
ଏବେ ଖୁସି ତ
ଯା...ଯା... ଆଉ ମୁଁ ମନ
ପକେଇବିନି...।