STORYMIRROR

NIRANJAN MALLA

Romance

3  

NIRANJAN MALLA

Romance

ଯା ଆଉ ମନ ପକେଇବିନି

ଯା ଆଉ ମନ ପକେଇବିନି

1 min
29

ସେଦିନ ଟିକେ

ଖରା ଝାଇଁ ଝାଇଁ ମାରୁଥିଲା

ବୁଲି ଯାଇଥିଲି ତୁମ ସହ

ଧବଳେଶ୍ବର ମନ୍ଦିର

ଝୁଲା ପୋଲ ମଝିରେ ଠିଆ ହୋଇ

ହାତକୁ ହାତ ଧରି

କାଚ ପାଣିରେ କଇଁଛ ଖେଳ ନା

ନଈ କୂଳିଆ ପବନରେ ତୁମ ଅସଜଡା

କେଶକୁ ମୁଁ ସଜାଡିବାର ଚିତ୍ର

ମନ ପକେଇବାର ଅଧିକାର ସିନା

ମୋର ନାହିଁ କି

ତୁମେ କେବେ ଚାହିଁନ।


ଭଲ ପାଇବାର କଥା ଦେଇ

ମନର ସୁଦୀର୍ଘ ରାଜପଥରେ

ଗଡାଇଲ ପ୍ରେମର ଗାଡି

କହିଲ ଦେଖି...

ଏବେ ପୁଣି କଣ ହେଲା ଯେ

ଛଳନାର ମରୀଚିକାରେ ଲିଭି ଲିଭି

ଯାଉଛ କଣ ପାଇଁ...


ଘରକୁ ଆସିବାର କଥା ଦେଇ

ରହିଲ ଦୂରେଇ ଦୂରେଇ

ସେହି ଦିନ ଠାରୁ

ନିଜେ ନିଜକୁ ଅପେକ୍ଷା

ବିରହର ନିଆଁରେ ତିଳ ତିଳ

ଜାଳୁଛ କଣ ପାଇଁ.....


ଜାଣି ପାରୁଛି

ତୁମକୁ ଭଲ ପାଇବା ପାଇଁ

ଥାଇ ପାରନ୍ତି ଅନେକ ହୃଦୟ

କିନ୍ତୁ ମୋ ହୃଦୟ ଯେ

ଏଠି ଝୁରୁଛି ଏକା

ମୋ ଅପେକ୍ଷାରେ ପଡିନି

ପୂର୍ଣ୍ଣଛେଦ...


ଭାବିଛି ଜୀବ ଥିବା ଯାଏଁ

ମନ୍ଦିର ଦୁଆର ମାଡିବିନି କି ପ୍ରେମର

ନିଆଁରେ ନିଜକୁ ଜାଳିବିନି

ଏବେ ଖୁସି ତ


ଯା...ଯା... ଆଉ ମୁଁ ମନ

ପକେଇବିନି...।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance