STORYMIRROR

NIRANJAN MALLA

Abstract

4  

NIRANJAN MALLA

Abstract

ମୁଁ ନାସ୍ତିକ

ମୁଁ ନାସ୍ତିକ

1 min
23.1K

ମୋ ଭାବନାର ଅଭିବ୍ୟକ୍ତିରେ

ମୁଁ ଜଣେ ନାସ୍ତିକ

ସୃଷ୍ଟିରେ ପାଦ ଥାପିବା ପରଠାରୁ

ଶୁଣି ଆସୁଛି ପ୍ରତି କଣିକାରେ ରହିଛି

ସତ୍ତା ଭଗବାନଙ୍କର

ତେବେ ସଂସାରର କୋଣ କୋଣରେ

ବଢିବାରେ ଲାଗିଛି ଭ୍ରଷ୍ଟାଚାର

କଅଣ ପାଇଁ


ଅପବିତ୍ର କରୁନାହଁ ତ

ନିଜର ମଳ ମୂତ୍ର ତ୍ୟାଗ କରି

ହେ ଉଦ୍ଧାମ ମଣିଷ

ଯଦି ପ୍ରତି ବାଲୁ କଣିକାରେ

ଅଛନ୍ତି ଭଗବାନ

ଶୁଣିଛି ପତରଟିଏ ହଲେନି ଭଗବାନ

ତୁମ ବିନା ଇଛାରେ

ତେବେ କଣ ହେ ଭଗବାନ ତୁମେ

ଅଟ ପ୍ରଳୟଙ୍କାରୀ

ଯେବେ ସବୁ କିଛି ହଉଛି ତୁମ ଇଛାରେ

ଏ ଅସଂଖ୍ୟ ବଳାତ୍କାର 

ଚୋରି ଡକାୟତି ହତ୍ୟାକାଣ୍ଡ କଣ

ତୁମରି ସ୍ୱୀକୃତିରେ


ଏ ସବୁ ଭଗବାନ କରୁଛନ୍ତି ଯଦି

କେତେ ଯେ ନିର୍ଦୟୀ ଭଗବାନ

ଶୁଣିଛି ଲୋକଙ୍କ ମୁହଁରୁ

ଦିନହୀନ ଦରିଦ୍ର ଅସହାୟଙ୍କୁ ସାହା

ହୁଅନ୍ତି ଭଗବାନ

ତେବେ ଅଧାରୁ ଅଧିକ

ଦରିଦ୍ର ସୀମାରେଖାର ତଳେ

ଜୀବନ କାଟିବାକୁ ବାଧ୍ୟ କଅଣ ପାଇଁ

ସେମାନଙ୍କୁ ଧନୀ କରି ଦଉନାହଁ

କାହିଁକି ହେ ଭଗବାନ

ଏଠି ପ୍ରତି କ୍ଷଣ ପ୍ରତି କୋଣେ

ପ୍ରତାଡିତ ହେଉଛନ୍ତି ଅସହାୟ ଦରିଦ୍ର

ତାଙ୍କୁ ସହାୟକ ହୁଅ ନାହିଁ

କାହିଁକି ଭଗବାନ


କଥାରେ ଅଛି ଭଗବାନ ଦୁଷ୍ଟ ଚୋର

ଗୁଣ୍ଡା ମାନଙ୍କୁ ଦଣ୍ଡିତ କରନ୍ତି

ତେବେ ସ୍ଥାନେ ସ୍ଥାନେ ଚୋରି ଡାକା

ଗୁଣ୍ଡାଗର୍ଦି ଘଟିତ ହେଉଛି

କଅଣ ପାଇଁ

ଯେବେ ତୁମେ ହେ ଭଗବାନ

ଏ ସବୁକୁ ରୋକିବା ପାଇଁ ସକ୍ଷମ

ପୁଲିସ ସେନା କୋର୍ଟ କଚେରୀର

କି ପ୍ରୟୋଜନ

ଭଗବାନ ତୁମେ କିଛି କରି ପାରିବନି

ସ୍ୱୟଂ ନିଜେ ମଧ୍ୟ ଆତଙ୍କିତ

ଆତଙ୍କବାଦୀଙ୍କ ମନ୍ଦିର ମସଜିଦ ଚର୍ଚ୍ଚ

ଗୁରୁଦ୍ୱାରେ ଦେଖି ବିସ୍ଫୋରଣ

ନିଜର ରକ୍ଷା ପାଇଁ

କି ଅକ୍ଷମ


ଅଷ୍ଟଧାତୁ ମୂର୍ତ୍ତି ଚୋରେଇ ବିଦେଶେ

କରି ବିକ୍ରି କମାନ୍ତି ଅମାପ

ଭଗବାନ ନିଜକୁ ରକ୍ଷା କରି ପାରୁନ

କେତେ ଅସହାୟ ତୁମେ

ଲୋକେ କୁହନ୍ତି ଅନ୍ୟକୁ କର ପବିତ୍ର

ଦର୍ଶନ ମାତ୍ରକେ

କିନ୍ତୁ ତୁମେ ସ୍ପର୍ଶ କାତର କଣ ପାଇଁ

ଯେବେ ସ୍ପର୍ଶ ଆତୁର ହରିଜନ

ହରିଜନ ଛୁଆଁରେ ଯେବେ ଅପବିତ୍ର

ଗାଇ ମଇଁଷି ମଳମୂତ୍ରେ

ପବିତ୍ର କିପରି

ଯଦି ଭଗବାନ ତୁମେ ସର୍ବଶକ୍ତିମାନ

ତାହେଲେ ତୁମ ରକ୍ଷା ପାଇଁ

ପୁଲିସ ସେନା କମାଣ୍ଡୋ ହୁଅନ୍ତି

କିପାଇଁ ମୁତୟନ


ଦେଖିଛି ଅନେକ ଧର୍ମସ୍ଥଳର

ଦ୍ୱାରଦେଶେ ବହୁ

ଦିବ୍ୟାଙ୍ଗ ଦୁଃଖି ଅରକ୍ଷିତ

ଅନ୍ଧଙ୍କ ପାଇଁ ଆଖି

କୋଢିଙ୍କୁ ଦେଇଛ କାୟା

ବାଳୁତେ ଶୁଣିଅଛି ଗୁରୁଜନେ

କିପାଇଁ କରୁନ ଦୂର ତାଙ୍କରି ସମସ୍ୟା

ରହିଛି ମନେ ଅନେକ ସଂଶୟ

ଭଗବାନ ଏକ ଅନ୍ଧବିଶ୍ୱାସ ନା ଆଉ

କିଛି ରହିଛି ଗୋପନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract