Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIRANJAN MALLA

Inspirational

4.0  

NIRANJAN MALLA

Inspirational

ଶେଷ ଇଚ୍ଛା

ଶେଷ ଇଚ୍ଛା

1 min
22



ଏକାନ୍ତର ପଥିକ

ନିସଙ୍ଗତାର ଏବେ ସାଥି

ଅନ୍ତରରେ କୋଳାହଳ

ଡାକରା ଆସିଛି ଜନ୍ତୁପତିଙ୍କର

ହେଲାଣି ଯିବାର ବେଳ ।


ଅବଶ

ନିସ୍ତେଜ ଏ ଦେହ

ସରି ଯାଇଛି ଶ୍ୱାସ ପେଡି

ଛାଡି ଯାଉଛି ମୋ ପ୍ରାଣ

ଘୁରୁଚି ମସ୍ତିଷ୍କ ଥରୁଚି ହୃତପିଣ୍ଡ 

ଶେଷ ଯାତ୍ରାକି 

ଅବା ମୋର ।


ସମ୍ପର୍କ ମୋହର

ବେଢିରେ ଛନ୍ଦିଛି ଆତ୍ମାକୁ

ଯିବବା କେମିତି.?

ଆଶା କରୁଅଛି ସଖା

ସହୋଦର ଠାରୁ ସୁଖଦୁଃଖ ପରି

ସମାନ ବାଣ୍ଟିବେ

ମୋ ପାପ ଅର୍ଜିତକୁ ।


ଐଶ୍ୱର୍ଯ୍ୟ

ଧନ ସମ୍ପଦରେ ବୋଲାଇଲି ଧନୀ

ବୁଝି ପାରିଲିନି ମହତ୍ୱ

ପାପ ପୂଣ୍ୟ ଆଉ ନ୍ୟାୟ ଅନ୍ୟାୟର

ଏଥିପାଇଁ ବୋଧହୁଏ ମୁଁ

ପୂଣ୍ୟ ଅର୍ଜନରେ ଅତି କାଙ୍ଗାଳ ।


ଓଲମ ବିଲମ କଲାଣି ନିଶ୍ୱାସ

ପ୍ରଶ୍ୱାସର ଏଣେ ରୂଦ୍ଧଦ୍ୱାର

ତଥାପି ଚେତୁନି ମଣିଷ

ସପକ୍ଷରେ ସର୍ବଦା ହୋଇଛି ଛିଡା

ବସ୍ତୁବାଦୀ ସମାଜର ।


ଧୁକୁ ଧୁକୁ ଜଳୁଛି ସଳିତା

ଜୀବନ ଦୀପର

ଇନ୍ଧନ ହେଲାଣି ଶେଷ

କେଉଁ ମୂହୁର୍ତ୍ତରେ

ମାଡି ଆସିଯିବ କାଳ

ପ୍ରତି କ୍ଷଣିକରେ

ଡାରାଉଚି ବାତାୟନ ।


ଉଡି ଯିବ କି ସତେ ବାୟୁ

ଛାଡି ଯିବ ପ୍ରାଣ ଏଇ ଶରୀରରୁ

ଆତ୍ମା କରିଛି ଶେଷ ଇଚ୍ଛା

ଅନ୍ତିମ କାଳରେ

ଅନ୍ତରେ ଲଭିବି ଇଷ୍ଟଙ୍କୁ

ପରମଙ୍କ ଚରଣେ ଏତିକି ଅଳି

ଯାଉ ପଛେ ଏ ଜୀବନ ମରା ମରା

କରି ଜପାମାଳି।


         


Rate this content
Log in

Similar oriya poem from Inspirational