ଉତ୍ତର ଦେବ ପ୍ରତୀକ୍ଷା
ଉତ୍ତର ଦେବ ପ୍ରତୀକ୍ଷା
ଯନ୍ତ୍ର ପରି ଅକ୍ଳାନ୍ତ ମେହନତ କରି ଶ୍ରମିକ ଓ
କୃଷକ ଭୋକରେ ରୁହେ
ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ସେ ନିଜ କପାଳ
କୁ ଦୋଷ ଦେଇ ଥାଏ ।
ଶୋଷକ ଯିଏ, ସେ ବଡ ସ୍ୱରରେ, ବିଶ୍ଵାସେ
ମିଳଇ ହରି କହିଣ ଥାଏ,
ଶେଷିତକୁ ଶୋଷକ, ମାନିଲେ ଈଶ୍ଵର, ତର୍କେ
ବହୁ ଦୂର, ବୁଝାଇ କହେ ।
ଶ୍ରମିକ ଓ କୃଷକ ଏକତା ଭାଙ୍ଗିବା ପାଇଁ
ଶୋଷକର ବାଣୀ ରହି ଅଛି
କପାଳ ଲିଖନ କେ କରିବ ଆନ, ମାତ୍ର କିଛି
ଶବ୍ଦାବଳୀକୁ ଶୁଣି ଆସିଛି ।
କିନ୍ତୁ ଇତିହାସ, ପୁରାଣ, ଶାସ୍ତ୍ରରୁ ପଢିଛେ
ଶୋଷିତ କେବେ ଭାଙ୍ଗି ପଡ଼ିନି,
ହୋଇଥାଏ ପାରେ କିଛି କ୍ଷଣ ପଥର, କେବେ
ଧକ୍କା ଖାଇ ବି ସେ ଝଡିନି ।
ସତ ଓ ମିଛ,ପାପ ଓ ପୂଣ୍ଯ, ଦୁଃଖ ଓ ସୁଖ,
କଥା ସବୁ ନୂହଁଇ ବିକିବାର,
କୌଣସି ହାଟରେ ମିଳେନି, ଏ ସବୁ ଗଢା
ବିଶ୍ଵାସ ଓ ବ୍ୟବହାର ମଧ୍ୟର ।
କିଛି ମଣିଷ ପୋତିଥାନ୍ତି ଛତାଟିଏ, କିନ୍ତୁ
ପକାଇ ପାରିନ୍ତିନି ତ କମ୍ବଳ
ଆଶା ବୈତରଣୀ ଭସାଇ ଦିଅନ୍ତି, ହେଲେ
ନଥାଉ ତାଙ୍କ ପାଶେ ସମ୍ବଳ ।
ସପନ ଦେଖାଇ, କିଛି ନଭୁଲି ବି, ସବୁ ଭୁଲି
ଯିବା, ନୀତି ହୁଏ ଆଜିର
ଟିକିନିଖି ସବୁ ,ମନେ ସାଇତିବା, ନୀତି ଯାହା
ଦିନେ ଥିଲା କିନ୍ତୁ କାଲିର ।
ସଂସାର ହାଟରେ କିଣା ବିକା ଚାଲେ ନିତି ଦିନ
ବିଶ୍ଵାସ ରୂପକ ପରିବାଟି,
ହାଟରେ ଅନାଦର ଭାବାର୍ଥର ପ୍ରତିଦାନେ ହୁଏ
କାରବାର ସେ ପରିବାଟି ।
ମେହନତୀ ମଣିଷଙ୍କ ମୁହଁରୁ, ତାଙ୍କ ହସଟିକୁ
ନେଲା ପରେ ଛଡେଇ,
ଭାବନ୍ତି ଭଲରେ ଥିବେ, ସେମାନଙ୍କୁ ହସିବାର
ଇଚ୍ଛା ହୁଏ, ହସନ୍ତି ନାହିଁ ।
ବିଶ୍ଵାସର କ୍ୟାମେରାରେ ଓ କାଗଜ ପତ୍ରରେ
ଫଟ ଉଠାରେ ରହି ଅଛି,
ଚାପି ରଖି ହୃଦୟରେ କୋହ ଦୁଃଖର ବୋଝ
ବୋହି ଶୋଷିତ ଚାଲୁଛି ।
ସମୟର ଗତି ଚାଲେ, କଷଣ ସରେନା,
ଏହା ପରା ଜୀବନ ପରୀକ୍ଷା
ସ୍ଵାଦରେ ସପନର ମିଠା ଲାଗିବ କି ନା ?,
ସେ ଉତ୍ତର ଦେବ ତ ପ୍ରତୀକ୍ଷା ।