ଉତ୍ତମ ଛାତ୍ର
ଉତ୍ତମ ଛାତ୍ର
ଉତ୍ତମ ଛାତ୍ରଟେ ହେବା ପାଇଁ ହେଲେ
ବିଦ୍ୟା ଶିକ୍ଷା କିଛି ଲୋଡ଼ା ,
ବଂଚିବାକୁ ଶିକ୍ଷା ସେବା ପାଇଁ ବିଦ୍ୟା
ଦେଇଥାଏ ଫୁଲ ତୋଡା
ସକାଳୁ ଉଠିବି ପ୍ରଣାମ କରିବ
ପ୍ରଥମେ ବାପା ମାଆ ଙ୍କୁ ,
ମୁହଁ ହାତ ଧୋଇ ଦାନ୍ତକୁ ଘଷିବ
ଶେଷ କର ଶୌଚ କାମ ,
କିଛି ଖାଇ ନେଇ ପାଠରେ ବସିବ
ସାରିବ ଘରର କାମ
ଠିକ୍ ସମୟରେ ବିଦ୍ୟାଳୟ ଯାଇ
ପ୍ରାର୍ଥନାରେ ଯୋଗ ଦେବ ,
ଶ୍ରେଣୀ ଗୃହ ମଧ୍ୟେ ଶିକ୍ଷାଦାନ ସବୁ
ମନ ଦେଇ ଶୁଣୁ ଥିବ
ସାଙ୍ଗ ସାଥି ସଂଗେ ଖୁସି ବାଣ୍ଟୁଥିବ
ଆଘାତ ଦେବନି ମନେ ,
ଶିକ୍ଷାଦାନ ପରେ ଘରକୁ ଫେରିବ
ସଂଧ୍ୟାରେ ବସିବ ଧ୍ୟାନେ
ଗୁରୁଜନ ପ୍ରତି ଭକ୍ତି ରଖୁଥିବ
ଲଘୁଜନେ ଦେବ ସ୍ନେହ ,
ବିଦ୍ୟା ଶିକ୍ଷା ଦୁଇ ଆୟତ୍ତ କରିଲେ
ସବୁଠି ହେବ ବିଜୟ
