STORYMIRROR

Kalandi pal

Inspirational

3  

Kalandi pal

Inspirational

ଉଠି ସଜ ହୁଅ ସିନା

ଉଠି ସଜ ହୁଅ ସିନା

1 min
220


ଚଉଦ ଦିନର ଅଣସରେ ରହି

    ଭୋଗିଛ କେତେ ଯାତନା

କେତେ ଜଡିବୁଟି ଫୁଲୁରୀ ମର୍ଦ୍ଦନେ

    କମିଛି ତୁମ ବେଦନା

ଜ୍ୱରୁ, ଉଠି ସଜ ହୁଅ ସିନା l0l


ଦେଖିନ ଚଉଦ ଦିନ ଭକତଙ୍କୁ

     ଜ୍ୱରର କଷଣେ ପଡି

ସଜ ହୋଇ ଏବେ ବସିଲେଣି ପ୍ରଭୁ

     ଯିବେ ଦାଣ୍ଡେ ରଥ ଚଢି

ବଡଦାଣ୍ଡେ ଭକ୍ତ ବୁଝିବେ ଦୁଃଖତ

     ଫେଡ଼ିବେ ତାଙ୍କ ଯାତନା l1l


ଭକତର ଧାମ ଭକତରେ ପୂର୍ଣ୍ଣ

     ରହିଥାଏ ପ୍ରତି ଦଣ୍ଡେ

ହେଲେ ଦୁଇ ସନ ଲାଗୁନାହିଁ ମନ

    ଭକ୍ତ ବିନା ବଡଦାଣ୍ଡେ

ଖାଲି ଦାଣ୍ଡେ ଆଉ କା ଦୁଃଖ ବୁଝିବ

    ବୁଲୁଛ ଉଡାଇ ବାନା l2l

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational