STORYMIRROR

Puspanjali Panda

Classics

3.6  

Puspanjali Panda

Classics

ଉଠ କଙ୍କାଳ

ଉଠ କଙ୍କାଳ

1 min
186


ପରିଚୟ ହୀନ କଙ୍କାଳ ବିହିନ

ବର୍ତ୍ତମାନର ବିଶେଷ

ଅତୀତ ଗୌରବ ରୌରବ କୁଣ୍ଡେ

ଅଛି ଯାହା ଅବଶେଷ

ଅମର ଆତ୍ମା ହେ ଉଠି

ଅବଗୁଣ ଦିଅକାଟି ।


ସମୟ ସହିତ ତାଳଦେଇ ଚାଲି

ଅଜଣା ଲକ୍ଷରେ ପହଞ୍ଚିଲି ବୋଲି

ଭାବିଲୁ ସୁଖ ର ଘର

ଜୀବନ ଲାଗେ ନିଜର।


ଭ୍ରମଣର ପଥରେ ଆମେ ଅଭିଯାତ୍ରୀ

ଭୁଲିଛୁ ନିଜକୁ ନିଜ ସହଯାତ୍ରୀ

ବାହାବା ମିଛରେ କରୁ

ଆବିଳତା ପଙ୍କେ ପଡୁ।


ସାହସ ଦମ୍ଭର କଥା କହୁଵୋଲି

ସାହସୀ ରେ ନାଆଁ ନାହିଁ

ଦେଶ ଜାତି ଲାଗି ଜୀବନ ଦେବାର

ଦେଶପ୍ରେମ ଆଉ କାହିଁ 

ନାହିଁ ଅତୀତର ଛାଇ।


ସେବା ମନ ନାହିଁ ନାହିଁ ତ୍ୟାଗୀ ଭାବ

ଯନ୍ତ୍ରଣା ବେଦନା ଘୋଟିଛି ଅଭାବ

ବଦଳିବ କିବା ଆଊ

ମିଛେ ଦେଖାଉଛୁ ଭାଉ।


Rate this content
Log in

Similar oriya poem from Classics