STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ଉଠ କଳାକାହ୍ନୁ

ଉଠ କଳାକାହ୍ନୁ

1 min
3


 ସିନ୍ଦୂରା ଫାଟିଲା ଦେଖ ଉଦେ ହେଲେ ଭାନୁ

 ରାବିଲେ କାକ କୁକୁଟ,ଉଠ କଳା କାହ୍ନୁ।ଉଦେ।

 ସୁନେଲି କିରଣ ଢାଳି, ଉଇଁଲାଣି ଅଂଶୁମାଳି

 ପଞ୍ଚମ ତାନକୁ ତୋଳି,କୋକିଳ କାନନୁ।ଉଦେ।

 ଉଠ ଧନ ବନମାଳୀ, ବହନ ମୁଖ ପଖାଳି

 ବନସ୍ତକୁ ଯିବୁ ଚଳି, ଘେନି ବଛା ଧେନୁ।ଉଦେ।

 ଶମ୍ଭୁ ଆଳେ କମ୍ବୁ ଧ୍ବନି, ସୁମଧୁରେ ସୁଭିଲାଣି

 ଉଚ୍ଛୁଳି ଉଠେ ମେଦିନୀ,ପୁଲକିତ ତନୁ।ଉଦେ।

 ବିକଶି କୁସୁମ ଡାଳେ,ଭ୍ରମର ଭ୍ରମେ ଭ୍ରମରେ

 କଳରବ କି ମଧୁର,ଶୁଣ କଳା କାହ୍ନୁ।ଉଦେ।

 ଦାଣ୍ଡେ ଶୁଭେ କୋଳାହଳ,ଗୋପବାଳେ ହୋଇ ମେଳ 

 ଉଠ ବାପ ନନ୍ଦବାଳ,ସଙ୍ଗେ ନେବୁ ବେଣୁ।ଉଦେ।

 ଏ ରସରେ ରସି ରସେ,କବି ଘନଶ୍ୟାମ ଭାଷେ

 ରାଇ ସଙ୍ଗେ ରାସରସେ,ରସରାଜ କାହ୍ନୁ।ଉଦେ।

 ସିନ୍ଦୂରା ଫାଟିଲା ଦେଖ ଉଦେ ହେଲେ ଭାନୁ

 ରାବିଲେ କାକ କୁକୁଟ,ଉଠ କଳାକାହ୍ନୁ ଉଦେ।

 


Rate this content
Log in

Similar oriya poem from Inspirational