STORYMIRROR

Gobinda Chandra Sethi

Inspirational Others

4.5  

Gobinda Chandra Sethi

Inspirational Others

ଉତ୍ତାପ

ଉତ୍ତାପ

1 min
13

ସୂର୍ଯ୍ୟଙ୍କ ଉତ୍ତାପ ଲାଗଇ ଟାଣ 

        ସତେ ପଡୁଅଛି ଆକାଶୁ ବାଣ ।

ବୃକ୍ଷଟିଏ ନାହିଁ ଦେବାକୁ ଛାଇ 

       ଉତ୍ତାପ ଦେଉଛି ଜୀବନ ଖାଇ ।

ବୃକ୍ଷର ବିହୁନେ ହେବା ଅଦୃଶ୍ୟ 

       ହଜି ଯିବ ଆଜି ଆମ ଭବିଷ୍ୟ ।

ନଦୀ ପୁଷ୍କରଣୀ ହୋଇଲା ଶୁଷ୍କ 

        ଜଳଚର ପ୍ରାଣୀ ଛନ୍ତି ଆତଙ୍କ ।

ବିକଳେ ବୋବାନ୍ତି ଜୀବ ଜଗତ 

      ଆମ କୁକର୍ମରୁ ହେଲା ଏ ଜାତ ।

ବୃକ୍ଷ ଲତା ପାଇଁ ନ ଥିଲେ ଧ୍ୟାନ 

       ଉତ୍ତାପ ବଢିଲେ ଯିବ ଜୀବନ ।

ଉତ୍ତାପ ଆମକୁ ଦେଉଛି ଶିକ୍ଷା 

      ପରିବେଶ ପାଇଁ ନେବା ସୁରକ୍ଷା।

ପରିବେଶ ପାଇଁ ହେଲେ ସଜାଗ 

     ଗ୍ରୀଷ୍ମେ ଆସିବନି ଉତ୍ତାପ ବେଗ ।

ବୃକ୍ଷ ଲତା ନିଏ ଉତ୍ତାପ ଟାଣି 

   କେବେ ହେବ ନାହିଁ ଆମ ଭାଳେଣି ।

ପରିବେଶ ପାଇଁ ରଖିବା ଧ୍ୟାନ 

      ଖୁସିରେ ବିତିବ ଆମ ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational