STORYMIRROR

SARATA KUMAR DAS

Inspirational

4  

SARATA KUMAR DAS

Inspirational

ଉତ୍କଳର ମଣି

ଉତ୍କଳର ମଣି

1 min
238


----------------

ଶୁଣ ପିଲେ ଶୁଣ

     ଓଡିଆ ଜାତିର ଗର୍ବ ଗୌରବର

ପବିତ୍ର କାହାଣୀଟିଏ

     ଜନମ ଲଭିଲେ ଏ ପୁଣ୍ୟ ମାଟିରେ 

ଝଲମଲ ମଣି ସିଏ ।।


ନ' ଅକ୍ଟୋବର ଅଠରଶ' ସତସ୍ତରୀ

            ଜନ୍ମଦିନ ତାଙ୍କ ଜାଣ

ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ

            ହୋଇଥିଲେ ସିଏ ଜନ୍ମ ।।


ଜାଣିଛ କି ତାଙ୍କୁ ?

    ଉତ୍କଳର ମଣି ଗୋପବନ୍ଧୁ ନାମେ

ଏ ଧରାଧାମେ ବିଦିତ

    କୋଟିପ୍ରାଣ ବନ୍ଧୁ ମମତାର ସିନ୍ଧୁ 

ଦୁଃଖୀ ଦରିଦ୍ରଙ୍କ ମିତ  ।।


ବନ୍ୟା ପୀଡିତଙ୍କ ଖବର ପାଇଲେ

            ଆଖିରୁ ଝରିଲା ଲୁହ

ଏକୋଇର ବଳା ରୋଗ ଶଯ୍ୟା ପରେ

            ଚାହିଁଥିଲା ତାଙ୍କ ମୁହଁ ।।


ପତ୍ନୀ ଆସି ତାଙ୍କୁ କଲେ ନିବେଦନ 

            ବୁହାଇ ଲୋତକ ଧାର

ମନା ମାନିଲେନି ଚାଲିଗଲେ ଧୀରେ

            ଛାତିକୁ କରି ପଥର  ।।


ଗୋଟିଏ ସନ୍ତାନ ମୋହ ଠାରୁ ବଡ

           କୋଟିଏ ସନ୍ତାନ ମୋହ

ଘରକୁ ଫେରି ସେ ଚକିତ ହୋଇଲେ

          ଛାତିରେ ଚାପିଲେ କୋହ ।।


ଶୁଣରେ ପଲାଏ

   ଗୋଟିଏ ବଦଳେ ଅନେକଙ୍କ ଓଠେ

ଫୁଟାଇ ଥିଲେ ସେ ହସ

   ସ୍ବାର୍ଥ ମାୟା ତାଙ୍କୁ ଛୁଇଁ ପାରିଲାନି

କରିପାରିଲାନି ବସ   ।।


କର୍ମ ଥିଲା ତାଙ୍କ ଜୀବନର ଧର୍ମ 

          ସେବା ଥିଲା ତାଙ୍କ ବ୍ରତ

ନିଜେ ଦୁଃଖ ସହି ସୁଖ ବାଣ୍ଟୁଥିଲେ

          ସତ୍ୟ ଅହିଂସାର ସନ୍ଥ  ।।


ଶୁଣିଛି କି ପିଲେ ?

    ଓଡିଆ ଜାତିର ଓଡିଆ ମାଟିର

ଥିଲେ ଜାଗ୍ରତ ପ୍ରହରୀ 

    ଲେଖନୀର ମୂନେ କରିଲେ ଅମର

ଭାଷା ସାହିତ୍ୟ ଆମରି ।।


ସତ୍ୟବାଦୀର ବକୁଳ ବନରେ

          ଗଢିଥିଲେ ବିଦ୍ୟାଳୟ 

ସରଳ ଆଦର୍ଶ ନୀତି ନୈତିକତା 

          ଛୁଇଁଲା କେତେ ହୃଦୟ ।।


"ସମାଜ" ନାମରେ ଖବରକାଗଜ 

             ତାଙ୍କ ଅବଦାନ ଜାଣ

ଶହେ ବରଷରେ ପାଦ ଦେଲା ଧୀରେ

             କିଣିଛି ସବୁରି ମନ  ।।


କୋଟିଏ ପରାଣେ ଗୋଟିଏ ଆବେଗ 

             ଓଡିଆର ସ୍ବାଭିମାନ 

ଭୁଲିବାନି କେବେ ସେ ପୁଣ୍ୟ ଆତ୍ମାଙ୍କୁ

             ଆସୁ ଯେତେ ଦୁରୁଦିନ   ।।

-----------------

ଶରତ କୁମାର ଦାସ


Rate this content
Log in

Similar oriya poem from Inspirational