STORYMIRROR

Akshayakumar Dash

Action Inspirational Children

3  

Akshayakumar Dash

Action Inspirational Children

ଉତ୍କଳ

ଉତ୍କଳ

1 min
223

ପାହାଡ଼ ବୁକୁଚିରି ଝରଣା ଝରଇ

ଝର ଜାଙ୍କ ନଦୀ ହୋଇ ସାଗର ବରଇ

ବନ ବିଲ ପରବତ ପ୍ରକୃତିର ଦାନ

 ଉତ୍କଳ ମହାନ ।

ଦିନଥିଲା ବୋଇତରେ ବାଣିଜ୍ୟ ବେପାର

ବିଭବ ସମ୍ପଦ ଭରା ସାଧବ କଂ ଘର

ରାଜା ମହାରାଜା ଙ୍କର ଇତିହାସ ଗାଥା

ଟେକ ରଖି ମଥା ।

ରତ୍ନଗିରି ପୁଷ୍ପଗିରି ବୁଦ୍ଧ କଂ ବିହାର

ଧର୍ମ ଅର୍ଥ କାମ ମୋକ୍ଷ ଚତୃ ବର୍ଗ ସାର

ଧଉଳିର ଧର୍ମଚକ୍ର ମାନବତା ଗାଇ

ଜଗତନାଥ ଥାଇ।

ଷାଠିଏ ପଉଟି ଭୋଗ ମହାପରସଦ

ମଠ ମନ୍ଦିର ପୀଠରେ ଘୁଂଚେ ଅବସାଦ

ବାରମାସ ତେର ଜାତ ସୁଖ ପରବତ

କଳିଙ୍ଗ ମହତ ।

ପଞ୍ଚ ସଖା ଜୟଦେବ ଚନ୍ଦର ଶେଖର

ଭଞ୍ଜ, ଦିନକୃଷ୍ଟ, କବିବର କଂ ନଗର

ଗୋପବନ୍ଧୁ ପୁଣି ଆମ ମଧୁବାରିଷ୍ଟର

ଓଡ଼ିଶାର ବର ।

ଚାରୁ କଳା ଝୋଟି ପୁଣି ଓଡିଶୀ ସଂଗୀତ

ନୃତ୍ୟ ଗୀତ ଭାସ୍କର୍ଯ୍ୟ ରେ ବିଶ୍ୱରେ ବନ୍ଦିତ

ଗୋଟିପୁଅ, ଛଉନାଚ,ଜନଜାତି ପର୍ବ

ଓଡ଼ିଶାର ଗର୍ବ ।

ଜୀବନ୍ତ ପ୍ରତିମା ମାନ କୋଣାର୍କ ଶୀଳାଖଣି

ଖାଦାନ ଜଙ୍ଗଲ ଭରା ହୀରା ନିଳା

ନାରିକେଳ ଫଳ ମୂଳ ଶୋଭା ଅପସରା

ଏ ମାଟି ଉର୍ବରା ।

ସରଳ ଜୀବନ ଅତିଥେୟ ସେବା ଲୟ

ଇଷ୍ଟ ପୂଜା ଦାନ ଧର୍ମ ହଟିଯାଏ ଭୟ

ଧନ ସମ୍ପତ୍ତି ଅସାର ଆରାଧନା ସାର

ଜାଗା ହାତେ ଭାର ।



Rate this content
Log in

Similar oriya poem from Action