ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ
ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ
ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ
ଭବେ ଯାହାକୁ କହନ୍ତି,
ଆଜାଦ - ହିନ୍ଦ- ଫୌଜର ମୁଖ୍ୟ ଭାବେ
ଯିଏ ନେତୃତ୍ୱ ନିଅନ୍ତି
ସେ ପରା ଜଣେ ସ୍ୱାଧୀନତା ସଂଗ୍ରାମୀ
ଆଜି ତାଙ୍କର ଜୟନ୍ତୀ l
କଟକ ଜିଲ୍ଲାର ଓଡ଼ିଆ ବଜାରେ
କୋଳମଣ୍ଡନ କରନ୍ତି,
1897 ଜାନୁୟାରୀ ତେଇଶୀକୁ
ଆଡମ୍ବରରେ ପାଳନ୍ତି
ସର୍ବ ଭାରତୀୟ ସ୍ତରରେ ଏହାକୁ
ନେତାଜୀ ଜୟନ୍ତୀ କହନ୍ତି l
ସ୍ୱାଧୀନଚେତା, ମୁକ୍ତିକାମୀ ନେତା ସେ
ସଭିଏଁ ତାଙ୍କୁ ଜାଣନ୍ତି,
ଇଂରେଜୀ ସହ କରି ବିଦ୍ରୋହ
ଛଦ୍ମ ବେଶେ ଲୁଚି ଯାନ୍ତି
ଅଦ୍ୟାବଧି ସିଏ ଜୀବିତ ନା ମୃତ
ଏ କଥା କେ ଜାଣି ନାହାନ୍ତି l
ତାଙ୍କୁ ପାଇ ଆମେ ଉତ୍କଳବାସୀ
ନିଜକୁ ଧନ୍ୟ ମଣନ୍ତି,
ତାଙ୍କ ପରି ଆମେ ଦିନେ ଯେ ହୋଇବା
ରାଣ ପକାଇ କହନ୍ତି
ଗାଇବାରେ ନିତି ତାଙ୍କରି କିରତୀ
ଯେତେ ସବୁ କରିଛନ୍ତି ।