ଉତ୍କଳ ଜନନୀ
ଉତ୍କଳ ଜନନୀ
ଅଙ୍ଗେ ଅଙ୍ଗେ ଶ୍ରୀମଣ୍ଡିତ ଉତ୍କଳ ଜନନୀ
ସରଗର ଶୋଭା ପୂର୍ଣ୍ଣା ପ୍ରକୃତି ନନ୍ଦିନୀ
ଯୁଗେ ଯୁଗେ ଅଦ୍ୱିତୀୟ ଜଗତ ବନ୍ଦିନୀ
ମମତାର ପ୍ରୀତିଧାରା କଲ୍ୟାଣ କାରିଣୀ ।
ଭକ୍ତି,ଶକ୍ତି,ମୁକ୍ତିମୟୀ ଶାନ୍ତି ପ୍ରଦାୟିନୀ
ବିଶ୍ୱାସ ମନ୍ତ୍ରରେ ମୁଗ୍ଧା ଚିର ଆହ୍ଲାଦିନୀ
ରତ୍ନଗର୍ଭା ଭଟ୍ଟାରିକା ଶସ୍ୟ ଶ୍ୟାମଳିନୀ
ପୁଣ୍ୟପ୍ରଭା ପ୍ରକାଶିନୀ ବୀର ପ୍ରସବିନୀ ।
ତୀର୍ଥଭୂମି ଧର୍ମରାଣୀ ମନ୍ଦିରମାଳିନୀ
ଶରୀରରେ ଶୋଭାପାଏ ସୁନାବ୍ୟାତଟିନୀ
ଗିରି,ବନେ ପୁଷ୍ପ ଭରା ଭୁବନ ମୋହିନୀ
ଭାଷା,ନୃତ୍ୟ,ଗୀତ ସୁର ମଧୁ ନିନାଦିନୀ ।
କଳାକୀର୍ତ୍ତି ଭାସ୍କର୍ଯ୍ୟରେ ସର୍ବଦା ଅଗ୍ରଣୀ
ମୋ' ଜୀବନ ଜନ୍ମଭୂମି ପାଳନକାରିଣୀ
