ଉତ୍କଳ ଗୌରବ
ଉତ୍କଳ ଗୌରବ
ଉତ୍କଳ ଭୂମିର ସୁପୁତ୍ର ତୁମେ କୋଟି ପ୍ରଣାମ
ନିିଷ୍ଠାପର କାର୍ଯ୍ୟ ଦକ୍ଷତା ଜନ ଗଣେ ସ୍ମରଣ ।
କେତେ କଉଶଳ କରିିଛ ଦେଶ ସ୍ଵାଧୀନ ପାଇଁ
ଇଟାଲୀ ଜର୍ମାନ୍ ଜାପାନ କର୍ମେ ଗଲ ତ ଧାଇଁ ।
ବାରବାର ବନ୍ଦୀ ଜୀବନ ହର୍ଷେ କଲ ଗ୍ରହଣ
ସର୍ବଦା ଦେଶର ସ୍ଵାଧୀନ ନେତ୍ରେ ସତେ ଅଞ୍ଜନ ।
ତୁୁମ ଭାଷଣର ଗର୍ଜନେ ଫାଟେ ଗଗନ ଭୂଇଁ
ଗୋରା ବିଦେଶୀର କ୍ଷମତା ଥରହର କଂପଇ ।
କେଉଁ ରାଇଜରେ ଲୁଚିଲା ତୁୁମ ଜୀବନ ଭାଗ୍ୟ
ରହସ୍ୟ ଘେରରେ ସତେ କି କରେ ଦୁର୍ଯୋଗ ଭୋଗ ।
କୋଟି କୋଟି ଜନ ମନରେ ପ୍ରଶ୍ନ ଉଙ୍କି ମାରଇ
ସୁୁୁବାସିତ ପ୍ରାଣ ଯାହାର ସେ କି ପଡିିିଲେ ଶୋଇ ।
ଦେଶ ମାତୃଭୂମି ସ୍ଵାଧୀନ ରହି ଗଲା ଅଧୁରା
ସେ ଅଧା ସପନ ସାଗରେ ତୁମେ ଅମୂଲ୍ୟ ହୀରା ।
ଆଶା ଦୀପ ଜାଳି ବସିଛି ତୁୁୁମେ ଆସିବ ଫେରି
ରକ୍ତ ଦିଅ ଦେବି ସ୍ଵାଧୀନ ଦାଣ୍ଡେ ପଡ଼ିବ ହୁୁୁରି ।
ନେତାଜୀ ସୁବାଷ ଗୁୁୁୁଣରେ ପୁତ୍ର ହୁଅନ୍ତୁ ଜନ୍ମ
ଅନୁଗାମୀ ହୋଇ ଶ୍ରଦ୍ଧାରେ ଲୟ ହେଉ ପୁୁୁରଣ ।
