STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଉତ୍କଳ ଦିବସର କେତେ ରଙ୍ଗ

ଉତ୍କଳ ଦିବସର କେତେ ରଙ୍ଗ

1 min
123


ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ

ହେଲା ଓଡ଼ିଶା

ବିହାର ଆନ୍ଧ୍ର ବଙ୍ଗଳାରୁ

ମୁକ୍ତ ହେଲା ସହସା

ନିଜ ରାଜ୍ୟ ଶାସନ

ନିଜ ପାଇଁ ସରସା

ନିଜ ମାତୃଭାଷା ସୁରକ୍ଷା

ପାଇଁ ପ୍ରବଳ ନିଶା

ସ୍ବାଧିନଚେତା ମନୋଭାବର

ମେଣ୍ଟାଇ ତୃଷା

ଓଡ଼ିଶୀ ଚମ୍ପୁ ଛାନ୍ଦର

ଉଦ୍ଧାରିବା ପିପାସା

ଦାସକାଠିଆ ପାଲା ଘୋଡାନାଚ

ସଂସ୍କୃତିରେ ଫୁଟେ ଭାଷା

ମଧୁସୂଦନ ଗୌରୀଶଙ୍କର ରାମଚନ୍ଦ୍ର

ଫକୀରମୋହନଙ୍କ ଆଶା

ପୋଥି ଭିତରେ ଭାଗବତ ଟୁଙ୍ଗୀ

ଦିଶିଲା ଆଖି ଝଲସା

ସତ ହେଲା ଉଚ୍ଚ ହେବାପାଇଁ

ଉଚ୍ଚ କରି ନିଜ ମାତୃଭାଷା

ଓଡ଼ିଶା ଆରାଧ୍ୟ ଜଗତନାଥ

କରୁଛନ୍ତି ଅବଢ଼ା ପରସା

ଜଗନ୍ନାଥ ଦେଶ ଲୋକ ହିସାବରେ

ଦେଖୁଛି ଦିଶା ଓଡ଼ିଶା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract