Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Abstract

2  

Maheswar sahoo

Abstract

ଉତ୍କଳ ଦିବସ

ଉତ୍କଳ ଦିବସ

1 min
3.3K



ଉତ୍କଳ ଦିବସେ,   ପ୍ରାଥନା ଆମରି,

    ସଭିଙ୍କ ଖୁସି ମଙ୍ଗଳ ।

ଧ୍ୱଂସ ବିଭୀଷିକା,  ମୃତ୍ୟୁର ତାଣ୍ଡବ,

    ନ ଗ୍ରାସୁ ଏହି ଉତ୍କଳ ।।

ବିଶ୍ୱନେତ୍ରେ ଅଶ୍ରୁ,କେତେ ହାହାକାର,

    ଉଜୁଡି ଯାଏ ସପନ ।

ସ୍ୱାମୀହରା ହୋଇ,କରେକେ ରୋଦନ,

    ମୃତ୍ୟୁ ମୁଖେ କା ନନ୍ଦନ ।।

ଭାଙ୍ଗି ଯାଏ ସ୍ୱପ୍ନ, ଉଜୁଡେ ସଂସାର,

    ମିଳେନା ପେଟକୁ ଦାନା ।

ସଭିଏଁ କାତର,  ଭୟେ ହାହାକାର,

    ଦୁଃଖ ଦିଏ ସେ କରୋନା ।।

ଆମେ ଉତ୍କଳର, ସୁଯୋଗ୍ୟ ସନ୍ତାନ,

   ଧର୍ଯ୍ୟ ଶୌର୍ଯ୍ୟ ଭରା ଆମେ ।

ନିୟମ ମାନିବା,    ସରକାରଙ୍କର,

   ମୃତ୍ୟୁ ନ ଆସୁ ୟେ ଧାମେ ।।

ବିଦେଶୁ ଫେରନ୍ତା,  ଉତ୍କଳ ବାସିନ୍ଦା,

    ନମିସି କାହାର ସଙ୍ଗେ ।

ଡାକ୍ତରୀ ଚିକିତ୍ସା,  କରି କରୋନାର,

    ରୁହନ୍ତୁ ଉଚିତ ଢ଼ଙ୍ଗେ ।।

ନିଜ ଘରୁ ଆମେ,  ବାହାରିବା ନାହିଁ,

    ନଥିଲେ ଜରୁରୀ କର୍ମ ।

ନିଜର ମଙ୍ଗଳ,    ସବୁରି ମଙ୍ଗଳ,

    ଅଟେ ଉତ୍କଳର ଧର୍ମ ।।

କରୋନା ଭୁତାଣୁ, ଭାରି ସାଙ୍ଘାତିକ,

    ମାନେ ନାହିଁ ଛୋଟ ବଡ଼ ।

ଗ୍ରାସ ସେ କରିବ,   ନାହିଁ ଜାତି ଧର୍ମ,

    ସଜାଗ ହିଁ ମୁଖ୍ୟ ଜଡ ।।

ଉତ୍କଳ ଦିବସେ,  ଏହି ମୋ କାମନା,

    ସୁଖରେ ରୁହନ୍ତୁ ସର୍ବେ ।

ଉତ୍କଳ ସଂସ୍କୃତି,  ଶାକାହାରୀ ଅଟେ,

    ବଞ୍ଚିବା ଆମେ ହିଁ ଗର୍ବେ ।।


Rate this content
Log in

Similar oriya poem from Abstract