ଉତ୍କଳ ଦିବସ
ଉତ୍କଳ ଦିବସ
ଏକ ଅପ୍ରେଲ ଟି ଉତ୍କଳ ଦିବସ
ଉତ୍ସାହିତରେ ଓଡ଼ିଆ
ଓଡ଼ିଆରେ ଖୁସି ବିଚ୍ଛିନ୍ନାଞ୍ଚଳରେ
ପୂଜନ ଜଗା କାଳିଆ !!
ଏକ ଅପ୍ରେଲ ଟି.........
ରହିଅଛି ଦୁଃଖ ବିଚ୍ଛିନ୍ନ ହେବାର
ରହିଛନ୍ତି ଦୁଃଖ କଷ୍ଟେ,
କର୍ମକୁ ଆଦରି କାଳ କାଟୁଛନ୍ତି
ଶିକ୍ଷାର ଘୋର ସଂକଟେ !!
ଏକ ଅପ୍ରେଲ ଟି...........
ଆମରାଜ୍ୟ ଏଠି ନାହିଁରେ ଟି ଧ୍ୟାନ
ଆମ ଶିକ୍ଷା ମାତୃଭାଷା
କୋଡ଼ିଏ ଲକ୍ଷ୍ୟରୁ ଅଧିକ ଓଡ଼ିଆ
ରଖନ୍ତି ଉତ୍କଳେ ଆଶା !!
ଏକ ଅପ୍ରେଲ ଟି..........
ତଥାପି ଗର୍ବିତ ଉତ୍କଳ ଦିବସେ
ଉତ୍କଳ ରକ୍ତ ମିଶ୍ରିତ,
ଖୁସି ଉତ୍ସବରେ ହୁଏଟି ପାଳିତ
ଉତ୍କଳ ଭୂମି ଏହୁତ !!
ଏକ ଅପ୍ରେଲ ଟି...........
କାଳ କବଳରୁ ବିଚ୍ଛିନ୍ନ ଏହାର
ଥିଲାଟି ଉତ୍କଳ ଭୂମି,
କିପରି ଭୁଲିବେ ଉତ୍କଳ ଦିବସ
ଏହୁତ ଓଡ଼ିଆ ଭୂମି !!
ଏକ ଅପ୍ରେଲ ଟି...........
ମଧୁସୂଦନ ଓ ଫକୀର ମୋହନେ
କୋଟି ପ୍ରଣିପାତ ଆମ,
ଗୋପବନ୍ଧୁ ଦାସ ଚରଣେ ପ୍ରଣାମ
ଭକ୍ତି ପୁଷ୍ପାଞ୍ଜଳି ଆମ !!
ଏକ ଅପ୍ରେଲ ଟି............
ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି
ଓଡ଼ିଆ ଭାଇଙ୍କୁ ଆମ
ଦେଶ ବିଦେଶର ଉତ୍କଳ ଜନଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା ଆମ !!
ଏକ ଅପ୍ରେଲ ଟି.......
ଏକ ଅପ୍ରେଲରେ ଉତ୍କଳ ଗଠନ
୧୯୩୬ ମସିହାରେ
ସେହି ଦିନ ଠାରୁ ପାଳିତ ଦିବସ
ପରା ସିଂହଭୂମିରେ !!
ଏକ ଅପ୍ରେଲ ଟି...........
ଜଗତ ଠାକୁର ପ୍ରଭୁ ଜଗନ୍ନାଥ
ମହିମା ଗୁଞ୍ଜେ ବିଶ୍ବରେ
ବଡ଼ଦେଉଳରେ ବିରାଜ ଠାକୁର
ଓଡ଼ିଆ ପରା ଆମେରେ !!
ଏକ ଅପ୍ରେଲ ଟି..........
ଓଡ଼ିଆ ପଢିବା ଓଡ଼ିଆ ଲେଖିବା
କହିବାରେ ଓଡ଼ିଆରେ
ବିଦେଶୀ ଭାଷାକୁ ଆଦର ନକରି
ପଢିବା ମାତୃଭାଷାରେ !!
ଏକ ଅପ୍ରେଲ ଟି..........
ପ୍ରତିଜ୍ଞା କରିବା ଉତ୍କଳ ଦିବସେ
ରଖିବା ଭାଷା ସମ୍ମାନ,
ଗର୍ବିତ କରିବା ଉତ୍କଳ ଭୂମିକୁ
ରଖିବା ବିଚ୍ଛିନ୍ନା ମାନ !!
ଏକ ଅପ୍ରେଲ ଟି........
ଗର୍ବିତ କରିବା ରାଷ୍ଟ୍ରକୁ ଆମର
ଆତ୍ମନିର୍ଭରଟି ହୋଇ
ଆତ୍ମବିଶ୍ୱାସକୁ ଆଣିବା ହୃଦୟେ
ରଖିବା ସଂସ୍କୃତି ଭାଇ !!
