STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଉତ୍କଳ ବନ୍ଦନା

ଉତ୍କଳ ବନ୍ଦନା

1 min
13.9K


ଉତ୍କଳ ଗୌରବ ମଧୁସୂଦନ ଦାସ


ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ,

ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ।

ସର୍ବଧର୍ମ ସୂକ୍ଷ୍ମ ମର୍ମ୍ମ ପୂର୍ଣ୍ଣ ତା’ର ଗର୍ଭରେ,

ପାଦ ସ୍ପୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ।

ଶାନ୍ତଗାତ୍ରୀ କାନ୍ତ କୁଞ୍ଜ-ପୁଞ୍ଜ ଶୈଳ ବର୍ଗରେ,

ଚାହିଁ ମୁଗ୍ଧ ଥାଇ ଲୁବ୍ଧ ସ୍ୱର୍ଗବାସୀ ସ୍ୱର୍ଗରେ।

ଶୂନ୍ୟ ଶଙ୍କେ ପୁଣ୍ୟ ଅଙ୍କେ କୋଟି ପୁତ୍ର ଧାରିଣୀ,

ପୁଷ୍ପମାଳେ ଶସ୍ୟ ଜାଲେ ତୁଷ୍ଟ ପୁଷ୍ଟ କାରିଣୀ।

ଶୁଭ୍ର ଫେଣୀ କୃଷ୍ଣ ବେଣୀ, ବକ୍ଷେ ତା’ର ବାହିନୀ,

କାନ୍ତ ବର୍ଣ୍ଣ ଶୁଦ୍ଧ ସ୍ୱର୍ଣ୍ଣ ବଜ୍ର ଖଣ୍ଡ ଦାୟିନୀ।

ଏକ ଭେକ ଏକ ଟେକ ଦୂରେ ଫିଙ୍ଗୁ ପାର୍ଥକ,

ନୀଳ ଶୈଳ ସାମ୍ୟନୀତି ପ୍ରାଣେ ହେଉ ସାର୍ଥକ।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics