STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ଉତ୍କଳ ଆମ ମା

ଉତ୍କଳ ଆମ ମା

1 min
244


ଯେଉଁଠି ଅଛି ମର୍ତ୍ତ୍ୟ ବୈକୁଣ୍ଠ ଅଛି ସ୍ୱର୍ଗକୁ ଦ୍ୱାର

ଭକତ ପାଇଁ ଠାକୁର ଯହିଁ କରନ୍ତି ଯୁଦ୍ଧ ଘୋର 

ସେ ଭୂମି ମୋ ଉତ୍କଳ,

ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଦେବ ଦୁର୍ଲ୍ଲଭ ସ୍ଥଳ ।। (୧)


ନୀଳ ସାଗର ଉର୍ମୀ ଯାହାର ଚରଣ ନିତି ଧୁଏ

ଯା ଚାରୁ କଳା ବିଶ୍ୱ ବିଖ୍ୟାତ ସୂର୍ଯ୍ୟ ମନ୍ଦିର କୁହେ

ପୂଣ୍ୟ ପବିତ୍ର ଭୂଇଁ,

ଚଣ୍ଡାଶୋକଟି ଧର୍ମାଶୋକରେ ପରିବର୍ତ୍ତନ ଯହିଁ ।। (୨)


ଯେ ମାଟି ପୁଅ ମାପି ପାରଇ ବାଉଁଶେ ପରବତ

ବାଉଁଶ ନଳୀ ଦ୍ୱାରା ଜାଣିଲା ନକ୍ଷତ୍ର ଗତି ପଥ 

ବିଶ୍ୱ ଦେଖିଣ ସ୍ତବ୍ଧ,

ଏଡ଼େ ବିଜ୍ଞାନୀ ଆମ ପଠାଣୀ ଉତ୍କଳ ମାତା ସୁତ ।।(୩)


ଏ ମାଟି ପୁଅ ମଧୁସୂଦନ ତ୍ୟାଗ ବୀରତ୍ୱ ଗାଥା

ଯାହାର ପାଇଁ ଓଡ଼ିଆ ଆଜି ଗର୍ବେ ଟେକିଛି ମଥା

ଏଇ ଭୂମିର ସୁତ,

ନିଜ ଜୀବନ ନର୍କେ ପକାଇ ଚିନ୍ତଇ ପରହିତ ।।(୪)


ଆଜିର ଏହି ପବିତ୍ର ଦିନ ପାଳିବା ସର୍ବେ ଆସ

କେତେ ପ୍ରାଚୀନ ଆମ ସଂସ୍କୃତି ଗାଉଛି ଇତିହାସ 

ସେ ଭୂମି ମୋ ଉତ୍କଳ

ତାହାରି ପାଇଁ କରିବା କାମ ନେଇ ଏକତା ବଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract