ଉଷୁମ ପରଶ
ଉଷୁମ ପରଶ
ମନ ସିନା ତୋର
ଅଦେଖା ରୂପରେ
କାନ ଡେରିଛି
ତୋ ପଦପାତ ପାଇଁ
ଦିନ ସାରା ସିନା
ତୋ ଚଂପା ମୁହଁଟି
ଝଲସେ ମୋ ହୃଦ
ମୁକୁରେ ଗୋରୀ l
ତୋ ଲାଜୁଆ ହସର
ମିଠା ପରଶ
କି କିମିଆଁ କଲା ମୋତେ
ତୋର ଢଳ ଢଳ ସେଇ
ଚୋରା ଚାହାଣୀର
ପ୍ରେମରେ ପଡିଲି ସତେ l
କେବେ ତୁ ଆସିବୁ
ରାତିର ଅଂଧାରେ
ସୁଷମା ଫରୁଆର
ବାସ ବିଞ୍ଚିଦେଇ
କେତେ ଉଠବସ
ହେଉଛି ମୁଁ ସତେ
ଭାଳି ତୋର କଥା
ତୋ ରୂପଶିରୀ l
ତୋ ବାହୁ ବଂଧନେ
ମୋ ଦେହ ଯେବେ
ତୋ ଉଷୁମ ପରଶ ଛୁଇଁବ
ଜଳି ଯିବି ମୁହିଁ
ତିଳତିଳ ହୋଇ
ନିଭାଇବୁ ସଖୀ
ତୋ ଅଧର ସୁଧା ଢାଳି
ସେଇ ପରଶରେ
ମେଣ୍ଟିଯିବ ମୋର
ସବୁ କ୍ଲାନ୍ତି ଅବଶାଦ l

