STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ଉର୍ମିଳାଙ୍କ ତ୍ୟାଗ

ଉର୍ମିଳାଙ୍କ ତ୍ୟାଗ

1 min
195


ରାମାୟଣର ଉର୍ମିଳା ଚରିତ୍ର

ମୋ ମନରେ ଆଲୋଡନ ସୃଷ୍ଟି କରେ

ସ୍ଵାମୀ ଲକ୍ଷ୍ମଣଙ୍କ ଚଉଦ ବର୍ଷ ବନବାସ

ସମୟର ନିଦ୍ରା

ତାଙ୍କର ନୟନରେ ଆୟତ୍ତ ହୋଇବ

ଲକ୍ଷ୍ମଣ ଯେ ଚଉଦ ବର୍ଷ

ଅନିଦ୍ରା ରହିବେ... ବିନା ଦ୍ବିଧାରେ ମାନି ନେଲେ

ଧର୍ମ ପତ୍ନୀ ଉର୍ମିଳା

ସ୍ବାମୀଙ୍କ ଅନୁପସ୍ଥିତିରେ

କେବେବି ଆଖିରୁ ଲୁହ ଝରାଇବେ ନାହିଁ

କଥା ଦେଲେ... ଲକ୍ଷ୍ମଣଙ୍କୁ

ଶାଶୁ ଶ୍ୱଶୁରଙ୍କ ସେବା ଯତ୍ନ କରି

ସର୍ବଦା ନିଦ୍ରା ଯିବି

ଯେତେ ଦୁଃଖ ଆସିଲେ ବି

ଲୁହ ଝରାଇବିନି।

ଉର୍ମିଳାଙ୍କ ପାଖେ କିଛି ବି ଛଳନା

କଳ୍ପନା, ଭାବନା ଓ ବେଦନା ନ ଥିଲା,

ତ୍ୟାଗର ଏକ ନିଛକ ପ୍ରତୀକ

ଚଉଦ ବର୍ଷ ବନବାସ ପରେ

ରାଜ ଅଭିଷେକ ପରେ ଶ୍ରୀରାମ

ଘୋଷଣା କଲେ

ତାଙ୍କ ବିଜୟରେ ଲକ୍ଷ୍ମଣ ଓ ସୀତାଙ୍କ ଠାରୁ

ଉର୍ମିଳାଙ୍କ ତ୍ୟାଗ ଅତୁଳନୀୟ ।


Rate this content
Log in

Similar oriya poem from Classics