STORYMIRROR

Sonali Swain

Abstract Others

3  

Sonali Swain

Abstract Others

ଉପନ୍ୟାସ ରେ ସଂଜ୍ଞା

ଉପନ୍ୟାସ ରେ ସଂଜ୍ଞା

1 min
347


ବେଳେବେଳେ ଇଚ୍ଛା ହୁଏ, 

ବାସ୍ତବତାକୁ ଆଖିଠାର ମାରିବାକୁ

ଆଉ କେବେ ମନ କୁହେ, 

ନିଜକୁ କାନଭାସ ପଛରେ ଲୁଚାଇବାକୁ 


ଆଉ କେବେ, 

ନିଜ ଅଜାଣତେ ଉଡ଼ିଯାଏ 

ସେ ଯନ୍ତ୍ରଣାରେ ବର୍ବରୀତ,  

ଦୁଃଖ ପୂର୍ଣ୍ଣ କଳସୀ ପାଖକୁ 

ସେ ଦୂରରେ ଥିଲେ ବି, 

ତାର ଭାରି ମଧୁର ସମ୍ପର୍କ ମୋ ସହ. 

ମୁଁ ନ ଚାହିଁଲେ ବି 

ସେ ମୋତେ missed call ମାରେ 

ଆଉ call back ନ କଲେ... 

ମୋବଇଲ ପରଦାରେ 

ଆଖି ଦେଖା ଆଲୁଅରେ 

Beep କିନା ଶବ୍ଦରେ 

ତତ୍କ୍ଷଣାତ ମେସେଜଟେ ଚାଲି ଆସେ.. 


ମୁଁ ଭାୟାବିତ ହେଇଯାଏ, 

କ୍ଷିପ୍ର ବେଗରେ ଧାଇଁ ଆସେ 

ପଢିବାକୁ ମୋର ଅଧାଲେଖା ଉପନ୍ୟାସ 

ଖୋଜିବସେ ଦୁଃଖର ପରିସଂଜ୍ଞା..

ଆଉ ଓଲଟାଇ ଚାଲେ ପୃଷ୍ଠା ପରେ ପୃଷ୍ଠା...


(ମନେପଡେ କେବେ ଦିନେ "ଦୁଃଖ" କୁ ଦିନେ ଶବ୍ଦ ଟିଏ ଭାବି ସଂଜ୍ଞା ନିରୂପଣ କରି ଅଧାଲେଖା ଉପନ୍ୟାସ ରେ ସ୍ଥାନ ଦେଇଥିଲି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract