ଉପଦେଷ୍ଟାଙ୍କର ଉପାଧି
ଉପଦେଷ୍ଟାଙ୍କର ଉପାଧି
ଗୁରୁଜନ ହେଲେ ପ୍ରାଜ୍ଞତାର ପ୍ରତିନିଧି,
ଶିଷ୍ୟଙ୍କୁ ଅବଦାନ କରନ୍ତି ଜ୍ଞାନର ନିଧି,
ସୃଷ୍ଟି ଯିଏ କରନ୍ତି ସମୃଦ୍ଧ ବୁଦ୍ଧିର ଉଦଧି,
ଅତି ଆଦରଣୀୟ ଉପଦେଷ୍ଟାଙ୍କର ଉପାଧି |୧|
ଗୁରୁଙ୍କ ଉପଦେଶ ସ୍ୱୟଂ ଉତ୍କୃଷ୍ଟ ଉପଲବ୍ଧି,
ତାଙ୍କରି ଦ୍ୱାରା ଲଙ୍ଘି ହେବ ଅଜ୍ଞାନର ବାରିଧି,
ତାଙ୍କ ସହ ଅବଧି ହେଲା ଅମୁଲ୍ୟ ପୟୋନିଧି,
ନିରବଧି ସ୍ମରଣୀୟ ତାଙ୍କର ସୌହାର୍ଦ୍ଦ୍ୟ ସନ୍ନିଧି |୨|
ପ୍ରତ୍ୟେକ ବିଦ୍ୟାର୍ଥୀକୁ ଶିକ୍ଷକ କରି ପାରନ୍ତି ଯିଏ ଗୁଣନିଧି,
ବ୍ରହ୍ମର୍ଷି ବଶିଷ୍ଠ ବିଶ୍ଵାମିତ୍ର ପ୍ରଦାନ କରିଲେ ଶ୍ରୀରାମଙ୍କୁ ସିଦ୍ଧି,
ଶ୍ରୀକୃଷ୍ଣ ସମ୍ପ୍ରାପ୍ତ କରିଲେ ସାନ୍ଦୀପନି ମୁନିଙ୍କ ପାଣ୍ଡିତ୍ୟ ପରିଧି,
ଗୁରୁଜନଙ୍କର ଆଶୀର୍ବଚନରୁ ସମ୍ପ୍ରାପ୍ତି ହେବ ପ୍ରସିଦ୍ଧି ସର୍ବସିଦ୍ଧି |୩|
