STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

ଉପଦେଶ

ଉପଦେଶ

1 min
13.2K


ବାପା କହୁଛନ୍ତି ବାବୁରେ....

ପଇସା ଦେଉଛି ପାଠ ପଢ଼ିବା ପାଇଁ

ଅଜଥାରେ ଖର୍ଚ୍ଚ କରିବୁ ନାହିଁ

ନିଶା ଦ୍ରବ୍ୟ କିଛି ଖାଇବୁ ନାହିଁ

ବାଳୁଙ୍ଗାଙ୍କ ସଙ୍ଗେ ମିଶିବୁ ନାହିଁ

ଭଲ ମଣିଷଟେ ହେବୁରେ ତୁହି

ମାଆ କହୁଛି ଧନରେ...

ଖାଲି ପେଟରେ ରହିବୁ ନାହିଁ

ତେଲ ମସଲାକୁ ଛୁଇଁବୁ ନାହିଁ

ଖରା ବରଷାରେ ବୁଲିବୁ ନାହିଁ

ଉପବାସ ବେଶି ରହିବୁ ନାହିଁ

ଦେହକୁ ଜାଗ୍ରତ ନେବୁରେ ତୁହି

ଗୁରୁ କହୁଛନ୍ତି......

ମନଦେଇ ପାଠ ପଢ଼ିବା ପାଇଁ

ସମୟକୁ ନଷ୍ଟ କରିବ ନାହିଁ

ସତ କହିବାକୁ ଡରିବ ନାହିଁ

ସମ୍ମାନ ଦେବାର ହାରିବ ନାହିଁ

ଭଲଭଲ କାମ କରିବା ପାଇଁ

ସମାଜ କହୁଛି...

ମିଳିମିଶି ସବୁ ଚଳିବା ପାଇଁ

କଳି କଜିଆ କରିବ ନାହିଁ

ମାନବ ଧର୍ମକୁ ରଖିବା ପାଇଁ

ପ୍ରକୃତିକୁ ରକ୍ଷା କରିବା ପାଇଁ

ହେଲେ ମୁଁ ନିରଞ୍ଜନ କହୁଛି...

ଏ ସବୁକୁ ମାନିଲେ ଭଲ

ନହେଲେ..ତିନିପାଞିରୁ ଗଲ.....

(ନିରଞ୍ଜନ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational