STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ଉପଭୋକ୍ତାବାଦ

ଉପଭୋକ୍ତାବାଦ

1 min
227


ଉଦ୍ଦାମ ତାରୁଣ୍ୟ ଆଜି ବନ୍ଧା ପଡିଛି

ନୀଳଛବି ଓ ନୀଳତିମିର ମାୟାଜାଲରେ

ଭବିଷ୍ୟତର ନୀଳ ନକ୍ସା ହଜିଯାଇଛି

ଉପଭୋକ୍ତାବାଦର ନିଠୁର ଚୋରାବାଲିରେ !! 


ପ୍ରାପ୍ତିର ନିଶାରେ କବଳିତ ଯୁବ ମନପ୍ରାଣ 

ଭୁଲିଛି ଦାନ ଧର୍ମ ତ୍ୟାଗ ମୋକ୍ଷ ନିର୍ବାଣ 

ପାର୍ଥିବ ସୁଖର ଭୌତିକ ମୋହ ମାୟାରେ 

ବିଦ୍ଯା ବୁଦ୍ଧି ବିବେକ ହୋଇଛି ଶୂନ୍ୟ !! 


ସଂସ୍କୃତି ସଂସ୍କାର ପାରିବାରିକ ମୂଲ୍ୟବୋଧ 

ଆଜିର ତରୁଣ ଲାଗି ଦୁର୍ବୋଧ୍ୟ ଶବ୍ଦପୁଞ୍ଜ 

ଅର୍ଥ ସର୍ବସ୍ବ ଏଇ ମତଲବୀ ଦୁନିଆ ବୁକୁରେ 

ମାଆ ବାପା ବି ପାଲୋଟନ୍ତି ବୋଝ ସମୟ ସୁଅରେ !! 


ସହସା ଧନପତି ହେବାର ଅମୁହାଁ ଅଫେରା ଦୌଡ଼ରେ 

ଜାଣତେ ସୌଖିନ ଖିଆଲରେ ଥାପନ୍ତି ପାଦ କୁପଥରେ 

ମାନବିକତା ବିସ୍ମରି ମାତନ୍ତି ରାହାଜାନୀ ହତ୍ଯାର ଖେଳରେ 

ଅପମୃତ୍ୟୁର ଉପହାର ମିଳେ କୃତକର୍ମର ପ୍ରତିଦାନରେ !! 


ଅନଳର ମାୟାବୀ ଆକର୍ଷଣରେ ଭ୍ରମିତ ହୋଇ 

ଯଥା ପତଙ୍ଗ ହାରେ ଆପଣାର ପ୍ରାଣ 

କାମିନୀ କାଞ୍ଚନ ପ୍ରତିଷ୍ଠା ପ୍ରତିପତ୍ତିର ମୋହରେ 

ଅକାଳେ ବଳି ପଡ଼ଇ ଆଜିର ତରୁଣ !! 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy