ଉପାନ୍ତେ ଉତ୍କଳୀୟ
ଉପାନ୍ତେ ଉତ୍କଳୀୟ


ଆମେରେ ଉତ୍କଳୀୟ ଆଜିର ଏ ଉପାନ୍ତେ
ଯାହାର ସଂସ୍କୃତି ରଚିତ ସାହିତ୍ୟ ଜଗତେ
ମାତୃଭୂମିର ରକ୍ଷା ପାଇଁ କୁନି ପିଲାଟିଏ
ହସି ହସି ଦେଲା ଜୀବନ ରାଇଜ ହିତରେ।
ଯାହାର ଗାଥା ଆଉ ଗୁଣ ଗାରିମା
ଦେଇଥିଲା ଆଣି ଆମକୁ ସ୍ୱତନ୍ତ୍ରତା
ଆମେ ତାଙ୍କର ଦାୟାଦ୍ ହୋଇ
ବିତାଇବା କି ନପୁଂସକତା ର ସାଧନା।
ଓଡ଼ିଆ ନୁହେଁ ଡରୁଆ ତା'ର ଜେଜେ ଗୋସିବାପା ଲଢ଼ୁଆ
ଇତିହାସ ହୋଇ ରହିଛି ବୀରତ୍ବ ଦର୍ଶନ ଶିକ୍ଷା
ସେ କି ଆଜି ସ୍ଥାଣୁ,ନା କେଉଁ ଅଜଣା ଭୟରେ
ଲୁଚକାଳି ଖେଳୁଛ ସାହିତ୍ୟ ଜଗତରେ।
ହୃଦୟରେ ଥରେ ଭରିଗଲେ ମା'ର କରୁଣ ଚିତ୍କାର
ଦେହେ ନିଶ୍ଚିତ ସିଂହରଣ ହେବ
ମନରେ ଉଙ୍କି ମାରିବ ପୂର୍ବ ପୁରୁଷଙ୍କର କଥା
ସାହିତ୍ୟ ଜଗତରେ ଚେଷ୍ଟା ସଫଳ ହେବ।
ତେଣୁ, କାଳବୈଶାଖୀ ର ସମ୍ଭାବନା କୁ ଟାଳି
ପରେ ପରେ ବର୍ଷାରାଣୀର ଝୁମଝୁମ୍ ଶବ୍ଦରେ ମେଦିନୀ
ସୌଦାମିନୀ ର ସ୍ପର୍ଶରେ ଅନ୍ଧାରଟା ହୁଏ ଆଲୋକିତ
ସବୁଜ ରଙ୍ଗର ଶାଢ଼ୀ ରେ ହସଇ ଧରଣୀ।
ଅଙ୍କ
ୁରିତ ହୋଇ ଉଠେ ବୀଜଟି ପାଇ ଗରମ ନରମ
ଗଳ୍ପ ଆଇନା ର ସ୍ପର୍ଶରେ ମେଲେ ତା'ର ଶାଖା ପ୍ରଶାଖା
ନବ ଯୌବନର ପ୍ରଷ୍ପୁଟିତ ସୁନ୍ଦର କଢ଼ ଗୋଡ଼ିକ
ଉଜ୍ଜ୍ବଳ କରିବ ଦିନେ ଆମ ଏ ଘର ଅଗଣା।
ମିଶ୍ରିତ ଭାଷାରେ ଆମ ଘର ଚଳଣି
ସେଥିପାଇଁ ଆମେ ନୁହେଁ କାତର
ବିଚ୍ଛିନ୍ନାଞ୍ଚଳରେ ଥିବା ଭାଇ ଭଉଣୀଙ୍କ ପାଇଁ
ପ୍ରେରିତ କରିବା ସ୍ନେହ ଶ୍ରଦ୍ଧା ଭରା ଅଭିନନ୍ଦନ।
ଖରସୁଆଁ ଷଢ଼େଇକଳା ସିଂହଭୂମି ମେଦିନୀପୁର
ସେମାନେ ବି ଭୂଲି ନାହାଁନ୍ତି ଆମକୁ
ଆମେ ବଢାଇବା ହାତ ତାଙ୍କରି ପାଇଁ
ସବୁଥିରେ ଫେଣ୍ଟାଫେଣ୍ଟି କରି ଆମର ଭାବକୁ।
ସେ ବି ବଢ଼ିବେ ଆମେ ବି ବଢ଼ିବା
ଘୋଷିବା ଆମେରେ ଏକଇ ମନ୍ତ୍ର
ମାତୃଭୂମି ମାତୃଭାଷାର ବିକାଶରେ
ସାଜୀବା ଆମେରେ ବୀର ସୈନିକ।
ମଧୁବାବୁଙ୍କ ର ଆଶା ସାକାର ହେବ
ସ୍ବତନ୍ତ୍ର ପ୍ରଦେଶ ଗଠନ ସଫଳ ହେବ
କାବ୍ୟ କବିତା ନାଟକର ମାନ ରହିବ
ଗଳ୍ପ ଆଇନାରେ ମୁହଁ ସୁନ୍ଦର ଦିଶିବ।।