ଉଜୁଡା ସଂସାର
ଉଜୁଡା ସଂସାର
ଏ'ଜୀବନେ ମୋର କେତେ ଆସିଥିଲେ
କେତେ ପୁଣି ଗଲେଚାଲି
ଚାଲିଗଲା ଯିଏ କେବେ ହେଲେ ସିଏ
ଚାହିଁନାହିଁ ଥରେ ବୁଲି ।
ବୁଣି ଦେଇଗଲେ ଭଲ ପାଇବାର
କେତେ ମିଠା ପ୍ରତିଶ୍ରୁତି
କିଏ ବା' କେମିତି ଯାଚିଲେ ପୀରତି
ସାଥୀହୋଇ ଗୋଟେ ରାତି ।
କଥା ଦେଇଗଲେ ସଜାଡ଼ିବା ପାଇଁ
ଉଜୁଡା ସଂସାର ମୋର
ପାଇ ନୂଆ ସାଥୀ ଉଡ଼ିଗଲେ ପକ୍ଷୀ
ଲାଗିଗଲା ଯେବେ ପର ।
ଫେରନ୍ତା ପଥକୁ ଚାହିଁ ମୁଁ " ବସିଛି
ବେଳତ ଯାଉଛି ବୁଡି
ଦୁଇଆଖି ଦେଇ ଲୁହଯାଏ ବୋହି
ରାତି ଯେବେଆସେ ମାଡି ।

