Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଉଜ୍ଜ୍ୱଳତା

ଉଜ୍ଜ୍ୱଳତା

1 min
132



କଳରାତ୍ରୀ ଆଣନ୍ତି ତ ଉଜ୍ଜ୍ୱଳତା

ଭାରତ ବର୍ଷ ରେ

ଜୟ କପାଳିନୀ ନୃମୁଣ୍ଡ ମାଳିନୀ

ଅସତ୍ୟ ନାଶେ ରେ ।


ଶିବ ଙ୍କ ଘରଣୀ ଉଲଂଗିନୀ ତୁହି

ଶ୍ରଦ୍ଧା ବିଲ୍ଵ ଦଳେ

ଶିବ ବକ୍ଷେ ସୁଶୋଭନାତୁହିମାଈ

ଡାକୁ ପ୍ରେମ ବଳେ ।


ଲୋଳ ଜିହ୍ୱା ତ୍ରିନୟନା ଦିଗମ୍ବରି

ପଶୁ ଛୁ ଶରଣ

ମେଘ ବର୍ଣ୍ଣା କପାଳିନୀସାକମ୍ବରୀ

ଦୟିନୀ ତୁ ଘେନ ।


ଶୁଭଙ୍କରୀକାଳୀମାତାଦୟାମୟୀ

ଭକତ ତୋର ସ୍ନେହ

ନବ ରାତ୍ର ର ସପ୍ତମ ଦିବସର

ଚାଲେ ପୂଜାର ସୁଅ ।


ମହା ସପ୍ତମୀର

ସପ୍ତମ ସ୍ୱରୂପ

 ଦେବୀ କାଳ ରାତ୍ରୀ ।


ଦୁର୍ଗା ଙ୍କର ଇଏ

ଏକ ଅପରୂପ

ଭକତ ବଞ୍ଚାନ୍ତି ।


ଦୁଷ୍ଟ ଙ୍କ ର ଭୟ

ସନ୍ଥ ଙ୍କ ଅଭୟ

ମାତା ସନାତନୀ ।


ଦୁନିର୍ଵାର ଅରୀ

ଭୟ ନାଶ କରି

ଉଜ୍ୱଳ ଦାୟିନୀ ।


ଜନନୀ ଦିଅନ୍ତି

ଶୁଭ ଆଶୀର୍ବାଦ

ଭକ୍ତ ହୃଦୟରେ ।


କି ଘେନି ପୂଜିବି

ଆହେ ମହା ଦେବୀ

କୁହ ସଦୟରେ ।


ତୁହି ମହାମାୟୀ

କରୁଣା ର ଦାୟୀ

ଜଗତ ବକ୍ଷରେ ।


ଦିବସ ଯାମିନୀ

ତୋ ରୂପ ଝଲକ

କି ଉଜ୍ଜ୍ୱଳତା ରେ ।



Rate this content
Log in

Similar oriya poem from Inspirational