ଉଜାଗେ ଜାଳିବ ଜାଗର ବତୀ
ଉଜାଗେ ଜାଳିବ ଜାଗର ବତୀ
ବରଷ କେ ଥରେ ଆସିଛି ଜାଗର
ସଜନୀ ଆସ ଜାଳିବା ଜାଗର
ମନ ରେ ରଖିବା ଶିବ ଙ୍କ ଅପୂର୍ବ ଭକତି
ଆସ ଯିବା ଆମେ ହୋଇ ଏକାଠି
ଶିବ ଙ୍କ ଚରଣେ ଆସ ଶରଣ ପଶିବା
ରାତି ଉଜାଗର ହୋଇ ବସିବା
ଶିବ ଙ୍କ ନାମ କୁ ମନ ରେ ଭାଜି ଯିବା
ଶିବ ଙ୍କ ପାଖେ ଭାବ ରଖିବା
ପଞ୍ଚାମୃତ ରେ ଶିବ ଙ୍କ ଅଭିଷେକ ହୋଇବ
ମଧ୍ୟ ରାତ୍ରିରେ ମହା ଦୀପ ଉଠିବ
ହର ହର ମହା ଦେବ ସବୁଠି ଶୁଭିବ&
nbsp;
ହରି ନାମ ଧ୍ଵନି କାନରେ ପଡିବ
ବେଲ ପତ୍ର ସାଥେ କେତକୀ ଫୁଲ ତୋଳି ଆଣିବା
ପଳାସ ଫୁଲରେ ଶିବ ପୂଜା କରିବା
କେତକୀ କେତେ ପୁଣ୍ୟ କରି ଥିଲା
ଜାଗର ରାତିରେ ଶିବ ଙ୍କୁ ଲାଗି ହୋଇଲା
ଶିବ ଭକ୍ତ ଙ୍କ ପାଖେ ରାତି ଆମେ ବିତାଇ ଦେବା
ଜାଗର ଦୀପେ ତମ ଗୁଣ ନାଶିବା
ପ୍ରସନ୍ନ ହେବେ ଆମ ବାବା ଭୋଳା ଶଙ୍କର
ଶିବ ଙ୍କ ମନ୍ଦିରେ ହେଉଛି ଜାଗର ।