STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଉଦୟରାଗେ

ଉଦୟରାଗେ

1 min
257


ରାମପକ୍ଷୀ ରୂପେ ସୂର୍ଯ୍ୟ ପୂରୁବ ଆକାଶରେ ବୁଲି ବୁଲି

ଶସ୍ୟ ରୂପକ ତାରକା ମାନଙ୍କୁ ଖୁଣ୍ଟି ଖାଇଗଲେ ବୋଲି

ସିନ୍ଦୂରା ଫାଟିଲା ପହିଲି ସୂର୍ଯ୍ୟ ଦିଶୁଅଛି ବଡ଼ ନାଲି

ଲହର ଶୀତଳ ସମିରେ ପୁଷ୍ପ ଦୋଳାୟିତ ହଲି ହଲି ।।


ପ୍ରତ୍ୟୁଷ ଲୋହିତ ବର୍ଣ୍ଣ ବିଭାରେ ଉଷା ପ୍ରେମଶିଳା ବାଳା

ଜଳନିଧି ଗର୍ଭ ବିଦାରି ଜନ୍ମେ ଲିଭାଇ ତାମସୀ କଳା

ପ୍ରଜାପତି ପ୍ରେମେ ଉଡେ ଉଡାଇ ଫୁଲ ରୁ ପରାଗ ରେଣୁ

ଅଦୂରୁ ଅସ୍ପଷ୍ଟ ଶବ୍ଦ ଶୁଭଇ ଗୋପାଳ ପୁଅର ବେଣୁ ।।


ବିହଙ୍ଗମ ଗୀତେ ମୁଗ୍ଧ ମଧୂପ ଗୁଞ୍ଜନ ରେ ଗୁଞ୍ଜରିତ

ନୀଳ ସ୍ନିଗ୍ଧ ଜଳେ ଶତ ତରଙ୍ଗେ ସରସୀ କି ନୃତ୍ୟ ରତ

ପରାଚି ଆକାଶୁ ଅରୁଣ ହସି ହସାଉ ଅଛନ୍ତି ଧରା

ଆକାଶୁ ଖସେ କି ସୁବର୍ଣ୍ଣ ରେଣୁ ଦିଶଇ ତେମନ୍ତ ତୋରା ।।


ପ୍ରଣବ ମନ୍ତ୍ର ଉଚ୍ଚାରିତ ଶଦ୍ଦେ(ୟେ)ପ୍ରତ୍ୟୁଷ ମଙ୍ଗଳ ଗୀତି

ଉଦୟ ରାଗ ମଞ୍ଜୁଳ ପ୍ରଭା ରେ ପ୍ରଭାମୟ ୟେ ଧରିତ୍ରୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics