STORYMIRROR

Pankajini Upadhaya

Inspirational

3  

Pankajini Upadhaya

Inspirational

ଉଦିତ ସୂରୂଯ

ଉଦିତ ସୂରୂଯ

1 min
14.6K


ଉଦିତ ସୂରୁଯ ଆଲୁଅ ମୁରୁଯ

ବୁଣି ଅସ୍ତାଚଳ ଶିଖେ

ଭେଦଭାବ ହୀନ ତା'କିରଣ ରଶ୍ମି

ବୁଣୁଅଛି ସର୍ବ ପାଖେ।

ଅନ୍ଧାର ହଟିଛି ବସୁଧା ବୁକୁରୁ

ଆଲୁଅ ପଡିଛି ଝରି

ମନର ମଇଳା ଦୂର ହୋଇଯାଉ

ଏଇ ବାର୍ତ୍ତା ଦିଏ ଭରି।

ବିଶିଷ୍ଟ ବିଶିଷ୍ଟ ଦିବସର ପୃଷ୍ଠ

ଆଜି ଦିବସର କଥା

ରବି ନାରାୟଣ ହୋଇ ସୁପ୍ରସନ୍ନ

ଦୂର କରିଦେବେ ବ୍ୟଥା।

ଗାଅ ଗାଅ ସଖା ଗାଅ ଗାଅ ସଖୀ

ଗାଅ ଜୀବନର ଗୀତି

ଗାଅ ସତ୍ୟ ଜୟ ବିଶ୍ଵର ବିଜୟ

ଅପସରୁ ଯେତେ ଭୀତି।

ସରଳ ସୁନ୍ଦର କମଳ ସୁଢଳ

ପରି ମଧୁମୟ ପ୍ରୀତି

ମହମହ ବାସୁ ଚମ୍ପାର ସୁବାସ

ହେଉ ସଂସାରର ରୀତି।

ଆପଣାର ଭାବ ସୁନ୍ଦର ସ୍ଵଭାବ

ଦେଶପ୍ରେମ ଭରା ମତି

ଅମର ଅଜର ନୁହଁଇ ଜୀବର

ପାରିବାନି ମତି ଜିତି।

ମଙ୍ଗଳ ଆଳତି ସୁମଙ୍ଗଳ ଗୀତି

ଶୁଭୁଛି ଦେବ ମନ୍ଦିରୁ

ହେଳା କରନାହିଁ ଭେଳା ବୁଡିଯିବ

କାନ୍ଦି କାନ୍ଦି ଦିନ ସରୁ।

ସୁଖର ପାହାଚ ଛଢିବାକୁ ହେଲେ

ସୁଖ ବାଣ୍ଟିବାଣ୍ଟି ଚାଲ

ଅଳପ ଯନ୍ତ୍ରଣା ଜୀବନ ମନ୍ତ୍ରଣା

ଏ ଭାବ କେବେ ନଭୁଲ।

ଆକାଶରେ ଦେଖ ଚିକ୍ ଚିକ୍ ମାରେ

ପ୍ରଭାତି ସୂରୁଯ ରଶ୍ମି

ଉଠ ଶ୍ରେଷ୍ଠ ଜୀବ ନ କର ହେ ମଠ

ହୁଅ ଦିବ୍ୟ ଅନୁଗାମୀ।

ବନ୍ଧୁ ବର୍ଗ ତବ ଚରଣେ ଶରଣ

ଆଜିର ଆତ୍ମ ଚେତନା

ଭାତୃତ୍ବ ବନ୍ଧନେ ବାନ୍ଧି ହୋଇଯିବା

ଦୂର କରି କୁଭାବନା।

କଳୁଷ ବିନାଶ ବିଭୁଙ୍କ ଆଶ୍ଵାସ

ଆଶ୍ଵାସିତ ମନ ପ୍ରାଣ

ଭାଇ ଭଉଣୀ ଏ କହ କାହାଣୀର

ଜୀବନ୍ତ ସତ୍ୟ ପ୍ରମାଣ।

ରବିର ବାସର ପବିତ୍ର ଆସର

ମମତାର ମଧୁ ଡୋର

ଜୀବନ ବ୍ୟାପି ଏ ଜୀବନ୍ତ ରୂପି ଏ

ଅଛିଣ୍ଡା ସ୍ନେହ ପ୍ରୀତିର।

ଆଉ କହିବିନି ଆଉ ଗାଇବିନି

ଦେଖିବିନି କୁକାମନା

ରାଣ ମୁଁ ରଖୁଛି ସୁଖ ମନାସୁଛି

ଦୂର ହେଲାଣି ଯାତନା।

ଆକାଶରେ ନାହିଁ ମେଘର ବାଦଲ

ହୃଦୟରେ ପରିଷ୍କାର

ଦେହରେ ନାହିଁ ତ ମୁଖାର ଚାଦର

ରବି ଦେଲେ ପୁରସ୍କାର।

ଇତି କରିଦେଲି ଗୀତି ଗାଇଦେଲି

ବୁଣିଲି ପ୍ରୀତି ମୁରୁଯ

ଭୀତି ଦୂର ହେଲା ଶାନ୍ତ ପଡିଗଲା

ଆଶିଷ ଦେଲେ ସୂରୁଯ।

ସତ୍ୟ ଶାନ୍ତି କ୍ଷମା ଦୟା ଅବତାର

ସକଳଠାରେ ଆସୀନ

ହସିହସି ଦେଖ କରୁଣାର ରେଖା

ଢାଳିଲେ ହୋଇ ପ୍ରସନ୍ନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational