ଵୁଦ୍ଧିମାନ୍ ଵାନର
ଵୁଦ୍ଧିମାନ୍ ଵାନର
ଆଜିର ଏ "ଗିଭ୍ ଆଣ୍ଡ ଟେକ୍" ଯୁଗରେ
ସାମାନ୍ୟ ଆଇ ଲଭ୍ ୟୁ କହି
ତୁମେ ମୋତେ ହୃଦୟ ମାଗୁଛ !
କାଇଁ !
ମୋ ହୃଦୟ କ'ଣ
ବେଳାଭୂମି ଝାଉଁଵଣ
ଅନାୟାସେ କରିଵ ବିଚରଣ !
ନା ନା
ତୁମ ଆଇ ଲଭ୍ ୟୁ
ଆତ୍ମହତ୍ୟା କରୁପଛେ
ମୋ'ର ହଵାର ନାହିଁ
ଭାବପ୍ରବଣ !
ହୃଦୟ ହାଟରେ
ବେପାର କରିବାକୁ
ପ୍ରବେଶ କରିଛ ଯେତେବେଳେ
ବଜାର ଭାଉ ଉପରେ
ଏତେ ଅନଭିଜ୍ଞ
କେମିତି ସୌଦାଗର !
ଵୁଝାପଡୁନି
ତୁମେ ଆତୁର ନା ଚତୁର !
ଏଯାବତ୍ ତୁମ ଭାବନାର
ଭୌଗଳିକ ଭୂଖଣ୍ଡରେ
ପ୍ରସ୍ଫୁଟିତ ହୋଇନି
ପ୍ରୀତିର ମହ୍ଲାର !
ବାହାନାରେ ବି
ଏତେ ବିଭୋର
ଧନ୍ୟ ତୁମେ ସୌଦାଗର !
ପ୍ରେମ ବୋଧେ ଅଣସରରେ
ଭୀଷଣ ଜ୍ବରରେ
ପୀଡ଼ା ତା'ର ଭୟଙ୍କର !
ଜାଣିଛ ସୌଦାଗର !
ବିଶ୍ଵାସମାନେ ଯେବେ
ସାଜନ୍ତି କୁମ୍ଭୀର
ବୋକାଠୁ ନିହାତି ବୋକା ଵି
ବନିଯାନ୍ତ ବିଚକ୍ଷଣ
ଵୁଦ୍ଧିମାନ୍ ବାନର !
ବନ୍ଧୁତା ଯଦିଓ
ନିଲାମ୍ ହୁଏ
ଶାଗ ମାଛ ଦର୍ ରେ
ଛଳନାର ଚକ୍ରବ୍ୟୁହରେ
କଲିଜା କିନ୍ତୁ ରହିଥାଏ
ଗଛ କୋରଡରେ
ଖୁବ୍ ସ୍ଵକ୍ଷ୍ମ ଓ ସୁରକ୍ଷିତ ଅବସ୍ଥାରେ !
ହୃଦୟ ହରିଲୁଟ୍
ହେଵା ଆଗରୁ
ଫେରିଯାଅ ସୌଦାଗର
ତୁମେ ଏକ ଅଚିହ୍ନା
ଋତୁର ସ୍ବର
ତୁମେ କି ପାଇବ ଛନ୍ଦ ,ତାଳ ,ଲୟ
ଏକ ଶାଶ୍ଵତ ସମ୍ପର୍କର !
