STORYMIRROR

Sudhanjali Mishra

Abstract

2  

Sudhanjali Mishra

Abstract

ଉଡେ ତ୍ରିରଙ୍ଗା

ଉଡେ ତ୍ରିରଙ୍ଗା

1 min
241

ଉଡେ ତ୍ରିରଙ୍ଗା

ତ୍ରିରଙ୍ଗା ସମ୍ମାନେ ବୁହାଇ ରୁଧିର

ଇତିହାସ ରଚିଯାଅ

ନଲାଗୁ ସେଥିରେ କଳଙ୍କର ଦାଗ

ସଦା ମନେ ରଖିଥାଅ

ତ୍ୟାଗ ଯେ ନାରଙ୍ଗୀ ସବୁଜ ପ୍ରଗତି

ଶୁଭ୍ର ଶାନ୍ତିର ପ୍ରତୀକ

ତା ମଧ୍ୟରେ ଶୋଭେ ଅଶୋକ ଚକ୍ର ମୋ(ଓଡିଶାର)

ବୀରତ୍ବେ ପକାଏ ଡାକ

ବୀର ପ୍ରସବିନୀ ଭାରତ ମାତାର

ଛାତିହେଲା କୋଣ୍ଢେ ମୋଟ

ତିନି ଶ'ସତୁରୀ ଧାରା ଉଚ୍ଛେଦରେ

କରେ କାଶମିରୀ ନାଟ

ଅଗଷ୍ଟପନ୍ଦରେ ସାରା ପ୍ରଦେଶରେ

ଆନନ୍ଦେ ପତାକା ଉଡେ

ସୂଚାଇ ଦିଏ ସେ ପୂରୁବ ଗୌରବ

ବୀରଙ୍କ ଅଦମ୍ୟ ଝାଡେ

ନୁହେଁ ହିନ୍ଦୁ ଆମେ ନୁହେଁ ମୁସଲମାନ୍

ସଭିଏଁ ଭାରତବାସୀ

ଶାନ୍ତିରେ ରଖିବା ଭାରତର ଟେକ

ଆମେ ସବୁ ହସି ହସି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract