STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ଉଦ୍ଦଭ୍ରାନ୍ତ ପଥିକ

ଉଦ୍ଦଭ୍ରାନ୍ତ ପଥିକ

1 min
148


ପଥ ଖସଡ଼ା ପାଥେୟ ଉଜୁଡା

ଉଦ୍ଦଭ୍ରାନ୍ତ ଆଜି ପଥିକ

ପିତୃପୁରୁଷଙ୍କ ପଥ ଭୁଲି ଚାଲି

ଉଦ୍ଦଭ୍ରାନ୍ତ ଆଜି ଯୁବକ

ପୂର୍ବସୁରୀ ପଦ ଚି଼ହ୍ନ ପାଦ ଥାପି

ଚାଲିବା ଅଟେ ନିର୍ଭିକ

ପଥ ଓ ପାଥେୟ ହୁଡ଼ି ଗଲେ ଆଜି

କିଏ ସେ ହେବ ରକ୍ଷକ

ନିଶା ଠାରୁ ଦୂରେ ଗଛର ଛାଇରେ

ଦଣ୍ଡେ ବସିଗଲେ ପଥିକ

ଆଧ୍ୟାତ୍ମିକ ଭାବ ଧରି ଚାଲୁଥିଲେ

ଉପଯୁକ୍ତ ସଂସାର ନାବିକ

ସମୟାନୁବର୍ତ୍ତିତା ସଂଯମତା ରଖିଲେ

ଦେଖିବ ନୂତନ ଆଲୋକ

ପଥ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଅଭିଷ୍ଟ ପାଥେୟ ସ୍ପଷ୍ଟ

ଅଭିଧାନରେ ଉଲେଖ୍ୟ

ଦୁଇ ପାଦ ଗଲେ ଆଗକୁ ଫେରି ଚାରିପାଦ

ଜୀବନ ପରିପୂରକ

କର୍ତ୍ତବ୍ୟ ଆହ୍ୱାନେ ଚାଲୁଥିଲେ ବାଟ

ଜଗନ୍ନାଥ ସହାୟକ

ପ୍ରକୃତି ଦେଇଛି ପଥ ଓ ପାଥେୟ

ହେବାକୁ ମହାନାୟକ

ସୃଷ୍ଟି ସଚେତନତା ଗୋଷ୍ଟି ସାମାଜିକତା

ମଶାଲର ଆଲୋକ

ଲକ୍ଷ୍ୟ ବିଚ୍ୟୁତ ପଥ ଓ ପାଥେୟ ଶକ୍ତ

ନିଶ୍ଚୟ ନିଶ୍ଚିନ୍ତ ଅନୁପୂରକ

ଅତିରୁ ଇତି ଜାଗରଣ ଉକ୍ତି ଓ ଭକ୍ତି

ଗଣେ ଜଣକରେ ଏକ

ଉଦ୍ଦଭ୍ରାନ୍ତ ନହୋଇ ଆଚରଣେ ଉଚ୍ଚାରଣେ

ସହଯୋଗେ ସହାୟକ

ବିଭ୍ରାନ୍ତି ଭାବନା ଉଦ୍ଦଭ୍ରାନ୍ତ ଅନୁଚିନ୍ତା

ଉଚିତ ନୁହଁଇ ଯୋଗ କାରକ

ଭାବରେ ଭକ୍ତିରେ ପଥ ଓ ପାଥେୟ ଆଦରିଲେ

ଯୋଗକାରକ ନିର୍ଣ୍ଣାୟକ ।



Rate this content
Log in

Similar oriya poem from Action