STORYMIRROR

Sunanda Mohanty

Thriller

3  

Sunanda Mohanty

Thriller

ଉଡାଣ

ଉଡାଣ

1 min
209


ପକ୍ଷୀ ପରି ଜୀବନ୍ତ ନୁହେଁ ସିନା

ହେଲେ ପକ୍ଷୀ ସମ ଉଡ଼ିବା ଭାବନା

ଆଣିଦିଏ ଉଡାଜାହାଜ ଉଦ୍ଭାବନା

ଆକାଶରେ ଉଡ଼ିବାର ଆଶା

ଛୁଇଁବାକୁ ଗଛ ଆଉ ପକ୍ଷୀ ବସା

ମନେ ଆଣେ ଉନ୍ମାଦନା

ସାଗର ବକ୍ଷ ଚିରି

ଦିଗନ୍ତ ଦିଗନ୍ତ ବିସ୍ତାରି

ସଫଳ କରିବାକୁ ଯୋଜନା

ପ୍ରସ୍ତାବିତ ଅନୁମୋଦିତ ସମ୍ଭାବନା

ପକ୍ଷୀଟିକୁ ବାନ୍ଧି ରଖନା

ମୁକ୍ତ ବିହଙ୍ଗ ପରି 

ଉଡ଼ିଲେ ଲାଗେ ଯେପରି

ସେତ ପାଇଛି ନିଜର ଚେତନା

ପ୍ରତ୍ୟେକ ସଜୀବ ସ୍ୱାଧିନମନା

ବାନ୍ଧିରଖି ସୁନା ଥାଳି ଖାଦ୍ୟ

ରୂପା ବୃତ୍ତରେ ହୀରା ଉପପାଦ୍ୟ

ପକ୍ଷୀ ଝୁରିବ ହୋଇ ଆନମନା

ଯେଣୁ ଉଡାଣ ଅସ୍ତିତ୍ଵ ଉପସ୍ଥାପନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller